ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ଶାସକ ଦଳକୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି । ଡବଲ ଇଞ୍ଜିନ ସରକାରରେ ବିକାଶ କୁଆଡେ଼ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର । ହେଲେ ବିକାଶ କାଇଁ । ଚାଷୀଙ୍କୁ ସାର ମିଳୁନଥିବାବେଳେ ରାଜ୍ୟରେ ମଣ୍ଡି ଖୋଲୁ ନାହିଁ । ମିଶନ ଶକ୍ତି ମା’ମାନେ ହଇରାଣ ହରକତ ହେଉଥିବାବେଳେ ରାଜ୍ୟର ଯୁବସମାଜ ଏବେ ହତାଶ ହୋଇ ବୁଲୁଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ନକହିବା ଭଲ । ରାଜ୍ୟରେ ମହିଳା ଅତ୍ୟାଚାର ବଢ଼ିବାରେ ଲାଗିଛି ବୋଲି ନବୀନ କହିଛନ୍ତି ।
ସେବା ସ୍ବାଭିମାନ ସଂଗ୍ରାମ ଆମର ମନ୍ତ୍ର। ବିକାଶ ଆମର ପରିଚୟ। ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ସୁବର୍ଣ୍ଣଯୁଗ। ଗରିବ, ପ୍ରାକୃତିକ ବିପର୍ୟ୍ୟୟ ସହ ଆମେ ଲଢ଼ିଛୁ, ସଫଳ ବି ହୋଇଛୁ। ମା'ମାନଙ୍କୁ ସଶକ୍ତ କରିଛୁ। ଚାଷୀର ରୋଜଗାର ବୃଦ୍ଧି କରିଛୁ। ବିଏସ୍କେଓ୍ବାଇ କରି ମାଗଣା ସ୍ବାସ୍ଥ୍ୟସେବା ଦେଇଛୁ। ରାଜ୍ୟ ଅର୍ଥନୀତିକୁ ମଜଭୁତ କରିଛୁ। ରାଜ୍ୟକୁ ନିବେଶ ଆଣିଛୁ ବୋଲି ନବୀନ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଅଛି ଓ ରହିବ । ଦଳର ପ୍ରତିଷ୍ଠା ଦିବସରେ ଏଭଳି କହି ନବୀନ ପଟ୍ଟନାୟକ ଅପପ୍ରଚାରକାରୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି । କିନ୍ତୁ ବିଜେଡି ଅଛି ଓ ରହିବ । ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ । ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ ବୋଲି ନବୀନ କହିଛନ୍ତି । ଏହାଛଡ଼ା ନବୀନ କହିଛନ୍ତି ଯେ ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ । ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ଓଡ଼ିଶାବାସୀଙ୍କ ସେବା କରିବ ।
Comments ସମସ୍ତ ମତାମତ