Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପାରକୋଡ୍ ଠାରେ ଜନସଭାକୁ ସମ୍ୱୋଧିତ କରିବେ ନବୀନ

    Share on :
    ajab-Image
    Date: Nov 7, 2025    Views: 2527

    ନୂଆପଡ଼ା:  ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ପାଇଁ ନୂଆପଡ଼ାବାସୀ ପ୍ରସ୍ତୁତ ଅଛନ୍ତି । ଗତ ୩ ତାରିଖ ପରେ ଶୁକ୍ରବାର ନବୀନଙ୍କ ଗସ୍ତ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଏବଂ ୧୧ ତାରିଖରେ ବିଜେପି ସରକାର ବିରୋଧରେ ଥିବା ଲୋକଙ୍କ କ୍ରୋଧ ପ୍ରତିଫଳିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଗତ ୩ ତାରିଖରେ ଓଡ଼ିଶାର ଲୋକପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ାର କୋମନା ବ୍ଲକରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରଚାର କରିବା ପରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ଆସନ୍ତା କାଲି ପୂର୍ବାହ୍ନ ୧୧ରେ ଶ୍ରୀଯୁକ୍ତ ପଟ୍ଟନାୟକ ଖରିଆର ରୋଡ଼ ପୁଲିସ ଥାନା ନିକଟସ୍ଥ ପଡିଆରେ ପହଞ୍ଚିବେ । ସେଠାରୁ ଏକ ରୋଡ଼ ଶୋ'ରେ ନୂଆପଡ଼ା ପର୍ୟ୍ୟନ୍ତ ଆସିବେ । ଏହି ଅବସରରେ ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ସମ୍ୱୋଧିତ କରିବେ । ଏହା ପରେ ରୋଡ଼ ଶୋ'ରେ ନୂଆପଡ଼ା ଏନଏସିରେ ପହଞ୍ଚି ସୂର୍ୟ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ । ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବା କାର୍ୟ୍ୟକ୍ରମ ରହିଛି । ପ୍ରିୟ ନବୀନ ବାବୁଙ୍କୁ ଦେଖିବା ପାଇଁ ଏ ସବୁ ସ୍ଥାନରେ ଲୋକେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଓଡ଼ିଶାବାସୀଙ୍କ ହକ୍ ମାରିଥିବା ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook