Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ହେବ ଲଢ଼େଇ: ନବୀନ

    Share on :
    ajab-Image
    Date: Sep 30, 2025    Views: 4350

    ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ଅବସରରେ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
    ନବୀନ କହିଛନ୍ତି ଯେ, 'ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଅସତ୍ୟ ଉପରେ ସତ୍ୟ ବିଜୟ ହେଉଛି ଦଶହରାର ବାର୍ତ୍ତା। ଏହି ପବିତ୍ର ଅବସର ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା'ଙ୍କ ଆର୍ଶୀବାଦ କାମନା କରିଛନ୍ତି ।

    ସୂଚନାଯୋଗ୍ୟ, ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହର ସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ । ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳାରେ ରାସ୍ତାଘାଟ, ସହର, ବଜାର ଝଲସୁଛି । ଏହାସହ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜା ଉଠାଉଛନ୍ତି ଲୋକେ ।

    Maximum 500 characters

    ତାଜା ଖବର View all

    Find Us on Facebook