Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ନବୀନ

    Share on :
    ajab-Image
    Date: Jun 20, 2025    Views: 3364

    ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ ଆଥ୍ରାଇଟିସ ରୋଗରେ ପୀଡ଼ିତ । ଏହାର ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ନବୀନ । ଆସନ୍ତା ୨୨ ତାରିଖରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର ହେବ । ତାଙ୍କ ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଉଛି । ଯିବା ପୂର୍ବରୁ ନବୀନ ନିବାସରେ ବିଜେଡି ମହିଳା ନେତ୍ରୀମାନେ ଶଙ୍ଖ ବଜାଇ, ହୁଳହୁଳି ଦେଇ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜେଡି ନେତ୍ରୀମାନେ ନବୀନ ନିବାସରେ ପହଞ୍ଚିଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ନେହାଙ୍ଗିନୀ ଛୁରିଆ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା, ରାଜଶ୍ରୀ ମଲ୍ଲିକ ପ୍ରମୁଖ ପୂଜା ଅର୍ଚ୍ଚନା କରିଛନ୍ତି । ନବୀନଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭ ମନାସି ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତ୍ରୀ ମାନେ । ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ତରଫରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଓଡ଼ିଶାବାସୀଙ୍କ ସେବା ସେ ଜାରି ରଖନ୍ତୁ । ବିଜେଡି ସଭାପତି ନବୀନଙ୍କ ଅନୁପସ୍ଥିତିରେ ଦଳର ଦୈନନ୍ଦିନ କାର୍ୟ୍ୟକଳାପକୁ ତଦାରଖ କରିବ ରାଜନୈତିକ ବ୍ୟାପାର କମିଟି । ସେହିପରି ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ସେଲ୍‌ ଓ ଛାମୁଆ ସଂଗଠନର ବିଭିନ୍ନ କାର୍ୟ୍ୟକ୍ରମକୁ ସଂଯୋଜନା କରିବେ ।

    Maximum 500 characters

    ରାଜନୀତି View all

    Find Us on Facebook