Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ

    Share on :
    ajab-Image
    Date: Apr 17, 2025    Views: 3922

    ଭୁବନେଶ୍ବର: ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଏନେଇ ଆସନ୍ତା୧୯ ତାରିଖରେ ବିଧିବଦ୍ଧ ଘୋଷଣା ହେବ । ବିଜେଡି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ କହିଛନ୍ତି, ଗୁରୁବାର ୧୦ଟାରୁ ୧ଟା ପର୍ୟ୍ୟନ୍ତ ନାମାଙ୍କନ ସମୟ ଥିବା ବେଳେ ନବୀନ ପଟ୍ଟନାୟକ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ କେବଳ ଔପଚାରିକ ଘୋଷଣା ବାକି । ନବମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ । ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ୍ କାଉନସିଲ ଗଠନ କରାଯାଇଛି । ୩୫୫ ଜଣ ସଦସ୍ୟ ରହିଛନ୍ତି । ୧୯ ତାରିଖରେ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ବୋଲି ପ୍ରତାପ ଦେବ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook