ଭୁବନେଶ୍ୱର:ଥମୁନି ମମିତା ନିଆଁ। ସବୁଠି ଏବେ ହୁତ ହୁତ ହୋଇ ଜଳୁଛି ମମତା ନିଆଁ । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏବେ ସବୁଠି ଆନେ୍ଦାଳନ କରାଯାଉଛି । ରାଜ୍ୟର ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ମନ୍ତ୍ରୀମାନେ ଯେଉଁଠି ଯାଉଛନ୍ତି ବିରୋଧୀ ସେମାନଙ୍କୁ ଅଣ୍ଡାମାଡ଼ କରୁଛନ୍ତି । ତେବେ ଆଜି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ବିରୋଧୀ ଛାଡ଼ିନାହାନ୍ତି । ତାଙ୍କ କାରକେଡକୁ ଆଜି ଅଣ୍ଡାମାଡ଼ କରିଛନ୍ତି ବିରୋଧୀ ।କଡ଼ା ସୁରକ୍ଷା ଓ ବ୍ୟାପକ ପୁଲିସ ମୁତୟନ ସତ୍ତ୍ୱେ ଅଣ୍ଡାମାଡ଼ ହୋଇଛି । ଶ୍ରୀକ୍ଷେତ୍ର ପରିକ୍ରମା ଶିଳାନ୍ୟାସରୁ ଫେରିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ବିରୋଧୀ ଅଣ୍ଡାମାଡ଼ କରିଛନ୍ତି । ବ୍ୟାରିକେଡ ବାହାରେ ଛିଡ଼ା ହୋଇଛି ବିରୋଧୀ ଅଣ୍ଡାମାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଲାଗ ଲାଗ ଅଣ୍ଡାମାଡ଼ ହୋଇଛି । ଅଣ୍ଡାମାଡ଼ ସହ ବିରୋଧୀ କଳାପତକା ମଧ୍ୟ ପ୍ରଦର୍ଶନ କରିଛନ୍ତି ।
ଏହା ପୂର୍ବରୁ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ପୁରୀ ମାଳତିପାଟପୁର ଠାରେ ମନ୍ତ୍ରୀ ବିକ୍ରମଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ଶିଳାନ୍ୟାସ ଉସôବରେ ଯୋଗ ହେବାକୁ ଯାଉଥିବା ସମୟରେ ଏହି ଅଣ୍ଡାମାଡ ହୋଇଥିଲା । ମମିତା ମେହେର ଘଟଣାରେ ପ୍ରତିବାଦ କରି ବିରୋଧୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ ହୋଇଥିଲା ।
ସେହିପରି ବଡ଼ଦାଣ୍ଡରେ ମନ୍ତ୍ରୀ ସମୀର ଦାସ ଓ ତୁଷାରକାନ୍ତି ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡା ଓ ଗୋବର ମାଡ଼ କରିଥିଲା ବିଜେପି। ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମାଳତୀପାଟପୁର ନିକଟରେ ଅଣ୍ଡାମାଡ଼ କରାଯାଇଥିଲା ।
Comments ସମସ୍ତ ମତାମତ