Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାତୀୟ ଚଳଚ୍ଚିତ୍ର ସମ୍ମାନ: ‘ଆର୍ଟିକଲ-୩୭୦' ଶ୍ରେଷ୍ଠ ଚଳଚ୍ଚିତ୍ର, ‘ଶ୍ରୀକାନ୍ତ' ଶ୍ରେଷ୍ଠ ହିନ୍ଦୀ ଫିଲ୍ମ

    Share on :
    ajab-Image
    Date: Jul 19, 2026    Views: 2526

    ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନର ବିଜେତାଙ୍କ ନାଁ ଘୋଷଣା ହୋଇଛି। ଆଦିତ୍ୟ ସୁହାସ ଜାମ୍ବଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଏହି ଫିଲ୍ମରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି ୟାମି ଗୌତମ। ‘ଶ୍ରୀକାନ୍ତ’କୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର। ମାଲାୟାଲମ୍ ଫିଲ୍ମ ‘ବ୍ରମୟୁଗମ୍’ ପାଇଁ ମାମୁଟି ଓ ହିନ୍ଦୀ ଫିଲ୍ମ ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ।

    ବିଜେତାଙ୍କ ମଧ୍ୟରେ ତାମିଲ ଫିଲ୍ମ ‘ରାୟନ’କୁ ଶ୍ରେଷ୍ଠ ତାମିଲ ଫିଲ୍ମ, ‘କମେଟି କୁର୍ରୋଲ୍ଲୁ’କୁ ଶ୍ରେଷ୍ଠ ତେଲୁଗୁ ଫିଲ୍ମ, ‘ମୁକ୍କାମ ପୋଷ୍ଟ ବମ୍ବିଲୱାଡ଼ି’କୁ ଶ୍ରେଷ୍ଠ ମରାଠୀ ଫିଲ୍ମ ଓ ‘ସୁନୀତା’କୁ ଶ୍ରେଷ୍ଠ ମଣିପୁରୀ ଫିଲ୍ମ ପୁରସ୍କାର ମିଳିଛି । ‘କ୍ୟାପ୍ଟେନ୍ ମିଲର’ ଓ ‘ମେୟାଝଗନ୍’କୁ ସ୍ପେଶାଲ ମେନ୍ସନ ଦ୍ୱାରା ସମ୍ମାନିତ କରାଯାଇଛି । ଅଣ-ଫିଚର ଫିଲ୍ମ ବିଭାଗରେ ‘ଭଙ୍ଗାର (ଅବ୍‌ସୋଲିଟ୍)’କୁ ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଚୟନ କରାଯାଇଛି । ହିନ୍ଦୀ ଫିଲ୍ମ ‘ମୈ ନିଦା’କୁ ଶ୍ରେଷ୍ଠ କଳା ଏବଂ ସଂସ୍କୃତି ଫିଲ୍ମ ପୁରସ୍କାର ମିଳିଛି । ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ସମ୍ମାନ ପାଇଛି ‘ହମ୍‌ସଫର’ ।

    ୨୦୨୪ ମସିହାରେ ମୁକ୍ତିପ୍ରାପ୍ତ ଭାରତୀୟ ଚଳଚ୍ଚିତ୍ରରେ ସର୍ବୋତ୍କୃଷ୍ଟ ଯୋଗଦାନକୁ ଏଥର ସମ୍ମାନିତ କରାଯାଇଛି । ୨୦୨୪ ଭାରତୀୟ ଚଳଚ୍ଚିତ୍ର ପାଇଁ ଥିଲା ଚମତ୍କାର ବର୍ଷ । ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଓ ‘ଲାପତା ଲେଡିଜ୍’ ଭଳି ଫିଲ୍ମକୁ ମିଳିଥିଲା ଅନ୍ତର୍ଜାତୀୟ ସମ୍ମାନ । ରାହୁଲ ସଦାଶିବନ୍‌ଙ୍କ ‘ବ୍ରମୟୁଗମ୍’ରେ ମାମୁଟିଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ଦମ୍‌ଦାର ପ୍ରଦର୍ଶନ ଥିଏଟରକୁ କରିଥିଲା ହାଉସଫୁଲ୍ । ଏହାର ପ୍ରଥମ ଭାଗରେ ଚମତ୍କାର ଅଭିନୟ ପାଇଁ ଅଲ୍ଲୁ ପୂର୍ବ ଥର ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook