Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

    Share on :
    ajab-Image
    Date: Jul 19, 2026    Views: 2415

    ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି। ଝିଲିକ ମୋଶନ ପିକ୍ଚର ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦେଇଛନ୍ତି। ଏହାର କାହାଣୀ ସାମାଜିକ ଜୀବନର ମୂଳତତ୍ତ୍ୱ ସହ ନିଜକୁ ଯୋଡି ରଖିବା ଓ ବାପ ପୁଅର ସମ୍ପର୍କ ଉପରେ ଆଧାରିତ। ଏଥିସହ ଇକୋ ଟୁରିଜମ ଦ୍ୱାରା ଗାଁର ଲୋକମାନେ କିଭଳି ବିକାଶ କରୁଛନ୍ତି, ତାହା ମଧ୍ୟ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଣ୍ଟିଛି। ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ବିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ହର ରଥଙ୍କ ସମେତ ବହୁ କଳାକାର ଅଭିନୟ କରିଛନ୍ତି। ଏଥିରେ କିଶଳୟ ରୟ ସଙ୍ଗୀତ ଦେଇଛନ୍ତି। ତେବେ ଜାତୀୟ ପୁରସ୍କାର ପାଇବା ନେଇ ଘୋଷଣା ପରେ ‘ଲହରୀ’ର କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଶା ବିଶେଷକରି ଓଡ଼ିଆ ସିନେ ଜଗତ ପାଇଁ ଗୌରବମୟ ସଫଳତା ବୋଲି କହିଛନ୍ତି।

    Maximum 500 characters

    ସିନେମା View all

    Find Us on Facebook