Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚିଟଫଣ୍ଡ ଠକେଇ: ନାସିର ଖାଁଙ୍କୁ ଜାମିନ

    Share on :
    ajab-Image
    Date: Nov 20, 2023    Views: 3085

    କଟକ: ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ନାସିର ଖାଁକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚିତ ଏହି ଠକେଇ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ନାସିର ଖାଁ । ଠକେଇ ପଇସାରେ ନାସିର ଖାଁ ବଲିଉଡ ଫିଲ୍ମ ନିର୍ମାଣ କରିଥିଲେ ।
    ନାସିର ଖାଁ ଫାଇନ ଇଣ୍ଡିଆ କଂପାନୀ ନାଁରେ ୫୦୦ କୋଟି ଟଂକାର ଠକେଇ କରିଛନ୍ତି । ୨୦୦୯ ମସିହା ଅକ୍ଟୋବର ୨୦ରେ ନାସିରଙ୍କୁ ପ୍ରଥମେ କ୍ରାଇମବ୍ରାଂଚ କଟକରୁ ଗିରଫ କରିଥିଲା । ଜମାକାରୀଙ୍କଠୁ ଟଂକା ଆଣି ଅଧିକ ସୁଧ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଜମାକାରୀଙ୍କ ପଇସାକୁ ଅନ୍ୟତ୍ର ନିବେଶ କରାଇଥିଲେ । ଏହି ପଇସାରେ ସେ ବଲିଉଡର ‘ସାଡୋ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିଥିଲେ । ଯେଉଁଥିରେ ସେ ମଧ୍ୟ ନିଜେ ଜଣେ ଅନ୍ଧ ଭାବରେ ଅଭିନୟ କରିବା ସହିତ ଲିଡ୍ ରୋଲରେ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook