ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ଅନ୍ୟତନ। ଆଇପିଏଲ -୨୦୨୫ ବର୍ତ୍ତମାନ ଜାରି ରହିଛି। ଏହାରି ମଧ୍ଯରେ ଏକ ଧମକ ପୂର୍ଣ୍ଣ ମେଲ ମିଳିଛି।
ଖବର ଅନୁଯାୟୀ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନେକ ଆଇପିଏଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ମଧ୍ୟରେ ଗୁଜରାଟ କ୍ରିକେଟ୍ ଆସୋସିଏସନ୍କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଏହି ମେଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଇମେଲରେ ଲେଖାଯାଇଛି, ‘ଆମେ ତୁମର ଷ୍ଟାଡିୟମକୁ ଉଡ଼ାଇ ଦେବୁ’। ଏହି ଇମେଲ୍ ପାକିସ୍ତାନ ନାମରେ GCA ପାଖକୁ ଆସିଥିବା ଜଣାପଡ଼ିଛ।
Comments ସମସ୍ତ ମତାମତ