Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରୋଫାଇଲରେ ତ୍ରିରଙ୍ଗା ରଖିବାକୁ ଅନୁରୋଧ କଲେ ମୋଦି

    Share on :
    ajab-Image
    Date: Aug 1, 2022    Views: 3857

    ନୂଆଦିଲ୍ଲୀ : ୯୧ତମ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଅଗଷ୍ଟ ୨ରୁ ୧୫ ପର୍ଯ୍ୟନ୍ତ ନିଜର ସୋସିଆଲ ମିଡିଆ ପ୍ରୋଫାଇଲ ଛବିରେ ତ୍ରିରଙ୍ଗା ବ୍ୟବହାର କରିବାକୁ କହିଛନ୍ତି । ଏହାଛଡା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତମ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିବ ବୋଲି ସେ କହିଛନ୍ତି । 
    ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ରେଡିଓ କାର୍ଯକ୍ରମରେ କହିଛନ୍ତି ଯେ, ଅଗଷ୍ଟ ୨ ହେଉଛି ପିଙ୍ଗଲି ଭେଙ୍କେୟାଙ୍କ ଜନ୍ମଦିନ, ଯିଏ ତ୍ରିରଙ୍ଗାର ଡିଜାଇନ୍ କରିଥିଲେ । ତେଣୁ ଅଗଷ୍ଟ ୨ରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଆମର ଜାତୀୟ ପତାକାକୁ ପ୍ରୋଫାଇଲ ପିକ୍ଚରରେ ରଖିବାକୁ ସେ ଅନୁରୋଧ କରିଛନ୍ତି ।

    'ହର ଘର ତ୍ରିରଙ୍ଗା' ଅଭିଯାନରେ ଦେଶର ୭୫ତମ ସ୍ୱାଧୀନତା ଦିବସକୁ ‘ଆଜାଦୀ କା ଅମୃତ ମହୋସôବ’ ରୂପେ ପାଳନ ନିମନ୍ତେ ପ୍ରତ୍ୟେକ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଉସôାହିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ଆମେ ୭୫ତମ ବର୍ଷର ସ୍ୱାଧୀନତା ବିଷୟରେ ଆଲୋଚନା କରିବା । ଆରଥରକୁ ଆମେ ଯେତେବେଳେ ଭେଟାଭେଟି ହେବା ସେତେବେଳକୁ ପରବର୍ତ୍ତୀ ୨୫ବର୍ଷ ପାଇଁ ଆମର ଯାତ୍ରା ଆରମ୍ଭ ହୋଇଯାଇଥିବ । ଆମେ ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡାଇବା ଏବଂ ପ୍ରିୟପରିଜନଙ୍କୁ ସେଥିରେ ସହଯୋଗ କରିବା । ଆପଣମାନେ ଯଦି କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କରନ୍ତି ତେବେ ଦୟାକରି ମୋ ସହ ସେୟାର କରିବେ । ଆଗାମୀ ମାସରେ ଆମେ ଏ ବିଷୟରେ ଆଲୋଚନା କରିବା । 

    ଆଜାଦୀ କା ଅମୃତ ମହୋସôବ ଅଭିଯାନ ଗତ ମାର୍ଚ୍ଚ ୧୨, ୨୦୨୧ରେ ଆରମ୍ଭ ହୋଇଥିଲା । ସେହିଦିନଠାରୁ ୭୫ ସପ୍ତାହର କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା । ଏହା ଆସନ୍ତା ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଆହୁରି ବର୍ଷଟିଏ ଚାଲିବ ବୋଲି କୁହାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook