Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୋଶଳୀ ଭାଷାରେ ଗୃହରେ କୁହାଯିବ : ନରସିଂହ

    Share on :
    ajab-Image
    Date: Nov 20, 2023    Views: 3737

    ଭୁବନେଶ୍ବର: ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ଗୃହରେ ମତ ରଖିବା ଲାଗି ସୁଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଣିକି କୋଶଳୀ ଭାଷାରେ ଗୃହରେ କୁହାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।

    ଏପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ କହିପାରିବେ, ଏହା ନିୟମରେ ଅଛି ବୋଲି କହିଛନ୍ତି। ତେବେ ବାଚସ୍ପତି କହିଲେ କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ। କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନି।

    Maximum 500 characters

    ତାଜା ଖବର View all

    Find Us on Facebook