ମୁଖ୍ୟ ଖବର
ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ନେଇ କଂଗ୍ରେସର ସମସ୍ତ ବିଧାୟକମାନଙ୍କୁ ମେସେଜ୍ ଦେଇଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ପୂର୍ବରୁ ନୂଆଁଖାଇ ପାଇଁ କଂଗ୍ରେସ ୨୧ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନ ବର୍ଜନ କରିବ ବୋଲି କହିଥିଲା । ହେଲେ ଏବେ ୨୨କୁ ବାଚସ୍ପତି ଭୋଟ୍ ଘୁଞ୍ଚିବା ପରେ କଂଗ୍ରେସ ତା’ର ନିଷ୍ପତ୍ତି ସ୍ପଷ୍ଟ କରିନାହିଁ । ଠିକ ସମୟରେ କଂଗ୍ରେସ ଠିକ ନିଷ୍ପତ୍ତି ନେବ ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
ସେହିପରି ୨୨ ତାରିଖ ବିଧାନସଭାର ତ୍ରୟୋଦଶ ଅଧିବେଶନ ଆରମ୍ଭ ହେବା ପରେ ଶୋକ ପାଇଁ ଗୃହକୁ ବାତିଲ କରାଯିବ । ତା’ ପରେ କଂଗ୍ରେସର ବିଧାୟକ ଦଳ ବୈଠକ ହେବ । ବୈଠକରେ କଂଗ୍ରେସ ଗୃହରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
Comments ସମସ୍ତ ମତାମତ