Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସାଣ୍ଠଗାଣ୍ଠରେ ଚାଲିଛନ୍ତି ବିଜେପି-ବିଜେଡି: ନରସିଂହ

    Share on :
    ajab-Image
    Date: Jul 13, 2022    Views: 6438

    ଭୁବନେଶ୍ବର: ସାଣ୍ଠଗାଣ୍ଠରେ ଚାଲିଛନ୍ତି ବିଜେପି-ବିଜେଡି । ବିଜେଡି-ବିଜେପି ଦୁଇଟି ଦଳ ନୁହେଁ, ଗୋଟିଏ ଦଳ । ରାଜ୍ୟରେ କଂଗ୍ରେସ କେବଳ ଏକମାତ୍ର ବିରୋଧୀ ଦଳ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏହା ସହ ବିଜେପି ୨୦୨୪ ରେ ରାଜ୍ୟର ଏକ ନମ୍ବର ଦଳ ହେବ କଥାକୁ କଟାକ୍ଷ କରିଛନ୍ତି ନରସିଂହ ।

    ବିଜେଡି ବିଜେପି ଦୁଇଟି ଦଳ ନୁହେଁ, ଗୋଟେ ଦଳ: ନରସିଂହ ମିଶ୍ରନରସିଂହ କହିଛନ୍ତି ଯେ, କେନ୍ଦ୍ର ସରକାର କେଉଁ ଗଣିତ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ମୁଁ ଜାଣିନାହିଁ । ୨୦୧୯ ନିର୍ବାଚନରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ୧୨୦ ଟି ସିଟ ପାଇବୁ । ପଇଲେ ୧୪୭ ଆସନରୁ ୨୩ । ଥାର୍ଡ ଡିଭିଜନ ମାର୍କ ରହିଲାନି । ଫେଲ ହେଲେ । ପୁଣି କାହିଁକି ବାହାସ୍ଫୋଟ ମାରୁଛନ୍ତି ବୁଝି ହେଉନାହିଁ । ବିଜେଡି ପାଖରେ ବିଜେପି ସରେଣ୍ଡର କରିସାରିଛି । ଧର୍ମ ଗୁରୁ ଯାହାଙ୍କ ଉପରେ ବିଜେପିର ଅଖଣ୍ଡ ବିଶ୍ୱାସ ଅଛି, ଶଙ୍କରାଚାର୍ୟ୍ୟ ତାଙ୍କୁ ସାର୍ଟିଫିକେଟ ଦେଇସାରିଛନ୍ତି । ଶଙ୍କରାଚାର୍ୟ୍ୟ କହିଥିଲେ ବିଜେଡି-ବିଜେପି ମିଳିକି ଅଛନ୍ତି । ତାଙ୍କ ଏହି ଉକ୍ତିକୁ ବିଜେପି ନେତା କେହି ଖଣ୍ଡନ କରୁନାହାଁନ୍ତି । ଜଣେ ବି ହେଲେ ବିଜେପି ନେତା ବର୍ତ୍ତମାନ ଯାଏଁ କହିନାହାନ୍ତି ଯେ, ଶଙ୍କରାଚାର୍ୟ୍ୟ ମିଛ କିମ୍ବା ଭୁଲ କହିଛନ୍ତି ବୋଲି । ତାହାର ଅର୍ଥ ସେମାନେ ଗ୍ରହଣ କରିଛନ୍ତି । ତା ମାନେ ବିଜେଡି-ବିଜେପି ଏକ ।ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ କହିଲେ, ରାଷ୍ଟ୍ରପତି ପଦ ବାବଦରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଇନାହିଁ । ପରେ କହିଲେ ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ପ୍ରଧାନମନ୍ତ୍ରୀ ମୋ ସହିତ କଥା ହେଇଥିଲେ । କଂଗ୍ରେସ ଲୋକଙ୍କ ଲାଗି ଲଢ଼େଇ କରିବ । ବିଧାନସଭାରେ ଏକମାତ୍ର ବିରୋଧୀ ଦଳ କଂଗ୍ରେସ । ଗୋଟେ ମୁଦ୍ରାର ଉଭୟ ପାର୍ଶ୍ଵ ପରି ବିଜେଡି-ବିଜେପି ସମାନ । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ବିଜେଡି ରାଜ୍ୟ ସଭା ପଠାଇଲା । କାହାକୁ ଆଉ ବୁଝେଇବାର ଆବଶ୍ୟକତା ନାହିଁ ବିଜେଡି ଓ ବିଜେପି ଦୁଇଟି ଦଳ ନୁହେଁ, ଗୋଟେ ଦଳ । ଲୋକ ଭ୍ରମରେ ନପଡନ୍ତୁ ବୋଲି ନରସିଂହ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook