Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଉପନିର୍ବାଚନ ;ଶୁଭେନ୍ଦୁଙ୍କ ମୃତ ପିଏଙ୍କ ମାଆଙ୍କୁ ଟିକଟ

    Share on :
    ajab-Image
    Date: Sep 16, 2026    Views: 2465

    କଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ନନ୍ଦିଗ୍ରାମରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦିବଂଗତ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ମାଆ ହସିରାଣୀ ରଥଙ୍କୁ ଟିକଟ ଦିଆଯାଇଛି। ସେହିପରି ଓ ରେଜିନଗରରୁ ଶାଶ୍ବର ସରକାରଙ୍କୁ ବିଜେପି ଟିକଟ ମିଳିଛି। ଗତ ମେ’ ୬ ତାରିଖ ବିଳମ୍ବିତ ରାତିରେ ମଧ୍ୟମଗ୍ରାମ ନିକଟରେ ଚନ୍ଦ୍ରନାଥଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଚନ୍ଦ୍ରନାଥ ୫ ବର୍ଷ ହେଲା ଶୁଭେନ୍ଦୁଙ୍କ ସହାୟକ ଭାବେ କାମ କରୁଥିଲେ। ସେ ବିବାହ କରି ନ ଥିଲେ। ତାଙ୍କ ମାଆ ହସିରାଣୀ ରଥ ପୂର୍ବରୁ ପଞ୍ଚାୟତ ସମିତିର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ଟିଏମସିର ଦୁଇ ଗୋଷ୍ଠୀ ଉପ-ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି। ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ନନ୍ଦିଗ୍ରାମରୁ ମହମ୍ମଦ ଏତେଶାମୁଲ ହକ୍ ଓ ରେଜିନଗରରୁ ସଫିଉଜମାନ ଶେଖଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଷ୍ଠୀ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ ଓ ରେଜିନଗରରୁ ରବିଉଲ ଆଲମ ଚୌଧୁରୀଙ୍କୁ ଟିକଟ ଦେଇଛି।

    Maximum 500 characters

    ରାଜନୀତି View all

    Find Us on Facebook