Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନନ୍ଦନକାନନ : ପର୍ଯ୍ୟଟକଙ୍କୁ ପକ୍ଷୀବିହାର ମନା

    Share on :
    ajab-Image
    Date: Jan 12, 2021    Views: 4276

    ନୂଆଦିଲ୍ଲୀ : ରାଜ୍ୟରେ ବାର୍ଡଫ୍ଲୁ ସଂକ୍ରମଣର ଖବର ନଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି । ତେଣୁ ପ୍ରାଣୀ ଉଦ୍ୟାନ ପରିସରକୁ ଲାଗି ରହିଥିବା ଚଲାପଥ ମୁକ୍ତ ପକ୍ଷୀ ବିହାରକୁ ବନ୍ଦ କରାଯାଇଛି । ଏହା ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ଯିବା ପାଇଁ ନିଷେଧ କରାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ପକ୍ଷୀ ବିହାରକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଏବେ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡଫ୍ଲୁ ବ୍ୟାପିଛି । ତେଣୁ ନନ୍ଦନକାନନକୁ ବାର୍ଡଫ୍ଲୁ ଭୟ ଘାରିଛି । ଓଡ଼ିଶାରେ ଏହି ସଂକ୍ରମଣ ହୋଇଥିବା ଜଣାପଡ଼ି ନଥିଲେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଜରୁରୀ ହୋଇପଡିଛି ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଚଲାପଥ ମୁକ୍ତ ପକ୍ଷୀ ବିହାର ମଧ୍ୟରେ ପର୍ଯ୍ୟଟକମାନେ ଅତି ନିକରୁ ପକ୍ଷୀଙ୍କୁ ଦେଖୁଥିବା  ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଏହି ବିହାରକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook