Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନାଗକୁ ବାହା ହେବାକୁ ଯୁବତୀ ସାଜିଲା ବଧୂ, ହେଲେ ଆସିଲାନି ନାଗ

    Share on :
    ajab-Image
    Date: Sep 16, 2020    Views: 3816

    ଛିନ୍ଦୱାଡ଼ା : ‘ମୁଁ ନାଗୁଣୀ  । ହେଲେ ମୋ ପରିବାର ଲୋକେ ମୋର ରୂପ ଜାଣିପାରୁନାହାନ୍ତି  । ମୋତେ ନାଗ ଦେବତା ସ୍ୱପ୍ନାଇଛନ୍ତି  । ମୁଁ ତାଙ୍କୁ ବାହାହେବି  ।’ ଗୋଟିଏ ଯୁବତୀ ଏଇଆ କହି ବଧୂ ବେଶରେ ସଜାଇ ହୋଇ ରହିଥିଲା  । ମଣ୍ଡପ ବି ନିର୍ମାଣ ହୋଇଥିଲା  । ହଜାର ହଜାର ଲୋକ ଏଭଳି ଦୃଶ୍ୟ ଦେଖିବାକୁ ଜମା ହୋଇଥିଲେ  । ହେଲେ ନାଗ କିନ୍ତୁ ଆସିଲାନି  । ଶେଷରେ ଝିଅଟି ନିଅାଁ ଚାରିପଟେ ୭ ଘେରା ବୁଲି ନାଗ ଦେବଙ୍କୁ ପତି ରୂପେ ବରଣ କରିଥିଲେ  । ଅନ୍ଧବିଶ୍ୱାସର ଏଭଳି ଏକ ଅଭାବନୀୟ ଦୃଶ୍ୟ ଛିନ୍ଦୱାଡ଼ାର ଧମନିଆ ଗାଁରେ ଦେଖିବାକୁ ମିଳିଛି  ।

    ଏହି ଗାଁର ଝିଅଟିଏ ହଠାତ ତାଙ୍କ ପରିବାର ଲୋକଙ୍କୁ କହିଲା, ମୋତେ କାଲି ନାଗଦେବତା ସ୍ୱପ୍ନାଇଥିଲେ । ମୋତେ ବିବାହ କରିବାକୁ କହିଲେ । ସେ ଇଚ୍ଛାଧାରୀ ନାଗ  । ଅପରପକ୍ଷରେ ପରିବାର ଲୋକ ଭୟରେ ଝିଅକୁ ବୋହୂ ବେଶରେ ସଜାଇଲେ  । ଗାଁ ଶିବ ମନ୍ଦିର ନିକଟରେ ମଣ୍ଡପ ବି କଲେ  । ଏଭଳି ବାହାଘର ଦେଖିବାକୁ ଗାଁ ସାରା ଲୋକ ଜମା ହୋଇଗଲେ  । ହେଲେ ନାଗ କିନ୍ତୁ ଆସିଲାନି  । ଅପରପକ୍ଷରେ ଝିଅଟି ମନ୍ଦିର ପାଖରେ ପହଁଚିବ ନାଗୀନ ଭଳି ହଲିବାକୁ ଲାଗିଲେ  । ଯୁବତୀ ଜଣଙ୍କୁ ମହିଳାମାନେ ଧରିକି ଠିଆ ହୋଇଥିବାବେଳେ ସେ ନାଗିନ ଭଳି ଝୁମି ଚାଲିଥିଲେ  । ମଝିରେ ମଝିରେ ଲୋକଙ୍କୁ କହୁଥିଲେ ତୁମେ ଶାନ୍ତ ହୋଇଯାଅ  । ମୋ ସ୍ୱାମୀ ଆସିବେ  । କେତେବେଳେ ସେ ଦୌଡ଼ିକି ଜଙ୍ଗଲ ଆଡ଼କୁ ବି ଚାଲିଯାଉଥିଲେ । ମୋ ସ୍ୱାମୀ ଆସିଗଲେଣି ବୋଲି କହୁଥିଲେ  । କିନ୍ତୁ ନାଗ ସାପ ଆସିଲାନି  । ତଥାପି ନାଗକୁ ବାହାହେବାର ଝୁଙ୍କ ଛାଡ଼ିଲାନି  । ଯୁବତୀ ଜଣଙ୍କ ନିଅାଁରେ ସାତ ଘେରା ବୁଲି ମନେମନେ ନାଗ ସାପକୁ ପତି ରୂପେ ବରଣ କରିଥିଲେ  । ଏହି ଅନ୍ଧବିଶ୍ୱାସର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook