ମୁଖ୍ୟ ଖବର
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଛାଡ଼ିଛି । ୫ ଦିନର ମାରାଥନ ଛାନଭିନ ପରେ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ାରୁ ଫେରିଛି । ଏହି ୫ ଦିନରେ କ୍ରାଇମବ୍ରାଞ୍ଚ ୧୪ରୁ ୧୫ ଜଣଙ୍କୁ ଜେରା କରିଛି । ତେବେ ଆବଶ୍ୟକସ୍ଥଳେ କ୍ରାଇମବ୍ରାଞ୍ଚ ଟିମ ପୁଣି ଝାରସୁଗୁଡ଼ା ଆସି ତଦନ୍ତ କରିବ । ଏପରିକି ଚୌଦ୍ୱାର ଜେଲରେ କ୍ରାଇମବ୍ରାଞ୍ଚ ଗୋପାଳକୁ ବି ଜେରା କରିପାରେ ।
ଗତକାଲି ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା । ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’ । ତାଙ୍କୁ କାଲି ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ । ୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇନଥିଲା । ଯାହା ନିଜେ ମାନିଛନ୍ତି ସରୋଜ । ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମବ୍ରାଂଚ । ନବଦାସଙ୍କ ପାଦ ଛୁଉଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲିଯାଇଥିଲା ।
Comments ସମସ୍ତ ମତାମତ