Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବ ଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇଥିବା ଯୁବକଙ୍କୁ ଜେରା

    Share on :
    ajab-Image
    Date: Mar 22, 2025    Views: 3459

    ଭୁବନେଶ୍ଵର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଥାନାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍  ସରୋଜ ସା ନାମକ ଜଣେ ଯୁବକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। ସରୋଜ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡାଇ ଆଣିଥିଲେ ସରୋଜ। ଦୀର୍ଘ ଦୁଇ ବର୍ଷ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରୁଛି। ପ୍ରଥମେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ସଦସ୍ୟଙ୍କ ବୟାନ ରେକର୍ଡ କରିଛି । ପରେ ଘଟଣାସ୍ଥଳକୁ ଯାଇ ଖୋଳତାଡ କରିବା ସହ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ମଧ୍ୟ ଜେରା କରାଯାଇଛି। ବର୍ତ୍ତମାନ ବନ୍ଧୁକ ଛଡାଇଥିବା ଯୁବକଙ୍କୁ ଅଧିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍।

    Maximum 500 characters

    ତାଜା ଖବର View all

    Find Us on Facebook