ମୁଖ୍ୟ ଖବର
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବିତିଲାଣି ୨ ବର୍ଷ । ସିବିଆଇ ତଦନ୍ତ ନେଇ ଦାବି ଜୋର ଧରିଛି । ହତ୍ୟାକାଣ୍ଡରେ ବହୁ ଲୋକଙ୍କ ସଂଶ୍ଲିଷ୍ଟ ଅଭିଯୋଗ କରି ଆସୁଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ତେଣୁ ୨ ବର୍ଷ ହେବ ଘଟଣାରେ ସିବିଆଇ ତଦନ୍ତ ଦାବି ଦୋହରାଇ ଆସୁଛନ୍ତି ଜୟ । ପରିବାର ଲେଖିକି ଦେଲେ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ମୁଁ ଅନୁରୋଧ କରିବି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ କହିଛନ୍ତି ।ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନିହାତି ହେବାର ଆବଶ୍ୟକତା ରହିଛି । ଯେତେବେଳେ ନବ ଦାସଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତାହାଲେ ସିବିଆଇ ତଦନ୍ତ ଛଡା ଅନ୍ୟ କିଛି ବିକଳ୍ପ ଆଉ ନାହିଁ । ଏଥିପାଇଁ ଲେଖିକି ଦେବା ଲାଗି ନବ ଦାସଙ୍କ ପରିବାର ଲୋକ ରାଜି ହେଲେଣି । ନବ ଦାସଙ୍କ ପତ୍ନୀ, ଝିଅ ଓ ପୁଅ ଲେଖିକି ଦେବେ । ତିନି ଜଣ ଲେଖିକି ଦେଲେ ମୁଁ ସରକାରଙ୍କ ପାଖରେ ଅନୁରୋଧ କରିବି । ସରକାରଙ୍କ ଆଗରେ ସିବିଆଇ ତଦନ୍ତ ଦାବି କରିବି । ସରକାର ନିଶ୍ଚୟ ଏହାକୁ ଗ୍ରହଣ କରିବେ ।"ସେ ଆହୁରି ମଧ୍ୟ କହିଛନ୍ତି, "ନବ ଦାସଙ୍କ ହତ୍ୟା ଘଟଣା ବେଳୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛୁ । କାରଣ ତତ୍କାଳୀନ ବିଜେଡି ସରକାରର ବହୁ ମୁଣ୍ଡ ଏଥିରେ ସମ୍ପୃକ୍ତ । ତେଣୁ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । ବିଜେଡି ସରକାର ବଦଳି ବିଜେପି ସରକାର ଆସିଛି । କିନ୍ତୁ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ବା କ୍ରାଇମବ୍ରାଞ୍ଚ ଦ୍ୱାରା ପୁନଃ ତଦନ୍ତର ସ୍କୋପ୍ ନାହିଁ । ଯଦି ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହନ୍ତି, ତାହାଲେ ଅନ୍ୟ ଏକ ସଂସ୍ଥା ଦ୍ୱାରା ତଦନ୍ତ ହସ୍ତାନ୍ତର ହୋଇପାରିବ । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନହେଲେ ସିବିଆଇ ତଦନ୍ତକୁ ଯାଇ ହେବ। ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ହେଲେ, ଓଡି଼ଶା ପୋଲିସର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ହେବନାହିଁ । ଏହା ଭାରତବର୍ଷର ଆଇନ ବ୍ୟବସ୍ଥାର ନିୟମ । ଯେଉଁ ତଦନ୍ତ ରାଜ୍ୟ ସରକାର ପାରିବେ ନାହିଁ, ତାହା କେନ୍ଦ୍ର ସରକାରଙ୍କ ସଂସ୍ଥା କରିବ । ଭାରତର ସମ୍ବିଧାନରେ ଏହି ନିୟମ ରହିଛି । ମୋତେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ୍ ଜେନେରାଲ କହିଛନ୍ତି ।"
Comments ସମସ୍ତ ମତାମତ