Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ୍ରାଇମ ସ୍ପଟରେ ଜଷ୍ଟିସ ଦାସ ଓ ପୁଲିସ ଡିଜି ସୁନିଲ ବଂଶଲ

    Share on :
    ajab-Image
    Date: Feb 8, 2023    Views: 2806

    ବ୍ରଜରାଜନଗର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ଏକାଦଶ ଦିନରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଆଜି ଗୋପାଳଙ୍କ ଦ୍ଵିତୀୟ ରିମାଣ୍ଡର ଶେଷ ଦିନରେ ପୂର୍ବାହ୍ନ ୧୦ ଟା ୧୫ ମିନିଟରେ ଜଷ୍ଟିସ‌ ଜେପି ଦାସ ଓ ସକାଳ ୯.୪୫ରେ ପୁଲିସ ଡିଜି ସୁନୀଲ ବଂଶଲ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ବୋଥ୍ରା ଏବଂ ପୁଲିସ ଡିଜି ସୁନିଲ ବଂଶଲଙ୍କୁ ଆଇଜି ଦୀପକ କୁମାର ହତ୍ୟାକାଣ୍ଡ ବାବଦରେ ବିସ୍ତୃତ ଭାବେ ଜଣାଇଥିଲେ। ଉଭୟଙ୍କ ପରିଦର୍ଶନ ସମୟରେ ଝାରସୁଗୁଡା ଏସପି ସ୍ମିଥ ପରମାରଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

    ସେହିପରି ଆଜି ସରୁଛି ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି । ରିମାଣ୍ଡ ବେଳେ ଗୋପାଳ ଠାରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ପୁଣି ଥରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ମଙ୍ଗଳବାର ଅଭିଯୁକ୍ତ ଗୋପାଳକୁ କ୍ରାଇମ୍ ସ୍ପଟକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ନକଲି ବନ୍ଧୁକ ଧରି ଅସଲ ଗୁଳିକାଣ୍ଡର ଡେମୋ ଦେଖାଇଲା ଗୋପାଳ ଦାସ। 

    Maximum 500 characters

    ତାଜା ଖବର View all

    Find Us on Facebook