Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସତରେ କ’ଣ ସୋରିଷ ତେଲ କେଶ ଝଡିବା ରୋକିପାରିବ ? ଜାଣନ୍ତୁ

    Share on :
    ajab-Image
    Date: Oct 14, 2021    Views: 2795

     ସୋରିଷ ତେଲ ରୋଷେଇ ଘରର ଏକ ଦରକାରୀ ସାମଗ୍ରୀ । ଅଧିକାଂଶ ଘରେ ଖାଦ୍ୟ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ତେବେ ଏହାକୁ ଆଚାର ପ୍ରସ୍ତୁତି କରିବାରେ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ସୋରିଷ ତେଲକୁ ମୁଣ୍ଡରେ ମଧ୍ୟ ଲଗାଇଥାନ୍ତି । ହୁଏତ ଆପଣ ଜାଣିଥିବେ ନିଶ୍ଚୟ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ । କେଶ ପାଇଁ ମଧ୍ୟ ସୋରିଷ ତେଲ ଅତି ଉପକାରୀ । ଏହା ଆପଣଙ୍କ କେଶ ଉପୁଡିବା ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ କେଶକୁ ମଜଭୁତ କରିଥାଏ । ସୋରିଷ ତେଲରେ ଭିଟାମିନ୍ ଇ, ଓମେଗା ୬ ଫୈଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଲ ମାତ୍ରାରେ ଥାଏ ଯାହାକୁ କେଶକୁ ଭିତରୁ ପୋଷଣ ଦେଇଥାଏ ।

    ଆସନ୍ତୁ ଜାଣିବା କେମିତି ହେୟାର ଫଲ୍ ରୋକିବାରେ ସାହାଯ୍ୟ କରେ ସୋରିଷ ତେଲ
    ସୋରିଷ ତେଲରେ ଆଣ୍ଟିଅକ୍ସିଡେଣ୍ଟ ସହିତ ଆଇରନ୍, ମ୍ୟାଗ୍ନେସିୟମ ଓ କ୍ୟାଲସିୟମର ବଡ ଉପାଦାନ ଅଛି । ଏହା କେଶରେ ଜିଙ୍କ, ବିଟା-କ୍ୟାରୋଟିନ୍ ଓ ସେଲେନିୟମର ପୋଷଣ ପ୍ରଦାନ କରେ । ଯାହା କେଶକୁ ମଜଭୁତ କରିଥାଏ । ସୋରିଷ ତେଲରେ ଭିଟାମିନ୍ ଏ, ଡି, ଓ କେ ମହଜୁଦ ଥାଏ ଯାହା କେଶରେ ଚମକ ଆଣିଥାଏ ଏବଂ ଝଡିବାରୁ ରୋକିଥାଏ । ସୋରିଷ ତେଲର ପ୍ରଭାବ ଦୁଇଗୁଣା କରିବା ପାଇଁ ଆଜି ଆମେ ଆପଣଙ୍କୁ କହିବୁ ଊଓଣ ହେୟାର ଅଏଲ୍ ଯାହା ଆପଣଙ୍କ ଝଡୁଥିବା କେଶକୁ ରୋକିବାରେ ସାହାଯ୍ୟ କରିବ ଏବଂ କେଶକୁ ମଜଭୁତ କରିବ ।

    ଆସନ୍ତୁ ଜାଣିବା ଊଓଣ ସୋରିଷ ତେଲ ପ୍ରସ୍ତୁତ କରିବାର ପ୍ରକ୍ରିୟା
    ସାମଗ୍ରୀ
    ଏକ ଲିଟର ସୋରିଷ ତେଲ
    ଏକ ଛୋଟ କପ୍ ମେଥି ଦାନା

    ୧. ରାତିରେ ଶୋଇବା ପୂର୍ବରୁ ଲୁହା କଡେଇରେ ସୋରିଷ ତେଲ ଓ ମେଥି ଦାନା ପକାଇ ରାତା ସାରା ରଖିଦିଅନ୍ତୁ ।
    ୨. ଆଗାମୀ ଦିନ ସକାଳେ ଏହାକୁ ସାମାନ୍ୟ ଉତ୍ତାପରେ ୫ରୁ ୭ ମିନିଟ୍ ପାଇଁ ରାନ୍ଧନ୍ତୁ ।
    ୩. ମେଥି ମଞ୍ଜି କଳା ହେବାକୁ ଲାଗିଲେ ଆଞ୍ଚ ବନ୍ଦ କରି ତେଲ ଥଣ୍ଡା ହେବା ପର୍ୟ୍ୟନ୍ତ ରଖନ୍ତୁ ।
    ୪. ଏବେ ତେଲ ଥଣ୍ଡା ହେବା ପରେ ଛାଣି କାଚ ଜାରରେ ରଖନ୍ତୁ ।

    ମେଥିର ମଞ୍ଜି କେଶ ମୂଳକୁ ମଜଭୁତ କରିଥାଏ । ସୋରିଷ ତେଲରେ ମେଥି ଦାନା ପକାଇବା ଦ୍ୱାରା ଏହାର ପ୍ରଭାବ ଦୁଇଗୁଣା ହୋଇଯାଏ । ଏହି ତେଲ କେଶକୁ ଭିଟାମିନ୍ସ ଓ ମିନରାଲ୍ସ ଦେଇଥାଏ । ମେଥି ଦାନାରେ ଥିବା ପ୍ରୋଟିନ୍, ଫସଫରସ ଓ ଓମେଗା ୩ ଫେଟି ଏସିଡ୍ସ କେଶକୁ ସବୁଆଡୁ ପୋଷିତ କରିଥାଏ । ଏହା ବ୍ୟତୀତ ଲୁହା କଡେଇ ଏହି ତେଲ ପକାଇବା ଦ୍ୱାରା କେଶକୁ ଆଇରନ୍ ମିଳିଥାଏ ଯାହାକି କେଶ ମୂଳକୁ ମଜଭୁତ କରିଥାଏ । ଏହି ତେଲ କେଶର ଚମକ ବଢାଇଥାଏ ଏବଂ ମେଥିରେ ଥିବା ନିକୋଟିନିକ୍ ଏସିଡ୍ ସ୍କାଲ୍ପକୁ କ୍ଲିନିଂରେ ସାହାଯ୍ୟ କରେ ।

    Maximum 500 characters

    ବିଶେଷ View all

    Find Us on Facebook