ମୁଖ୍ୟ ଖବର
ଭୁବନେଶ୍ବର : ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ଜଣେ SI , ଜଣେ ASI, ଜଣେ OAPF ନିଲମ୍ବିତ । ଜଣେ କନଷ୍ଟେବଳ ମଧ୍ୟ ନିଲମ୍ବିତ । ୨ ହୋମଗାର୍ଡ଼ଙ୍କୁ ଚାକିରିରୁ ଅବ୍ୟାହତି ପାଇଁ ନୋଟିସ କରାଯାଇଛି ।
ସୂଚନା ଅନୁସାରେ, ବାଲିଅନ୍ତା ଭିଡ଼ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଭିତରେ କ୍ରାଇମବ୍ରାଞ୍ଚ ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍ ତଦନ୍ତ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାରେ ବାଲିଅନ୍ତା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ବରେ ବାଲିଅନ୍ତା ଥାନାରେ ଟିମ୍ ପହଞ୍ଚିଛି । ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ । ତେବେ ଏବେ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି । ଭାଇରାଲ୍ ଭିଡିଓ ଫୁଟେଜ ୪୧ ଜଣଙ୍କୁ ପୁଲିସ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ଆଡେ ଚଢ଼ଉ କରିଛି । ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଆଜି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଯାହା ତଦନ୍ତ ପାଇଁ ସହାୟକ ହେବ।'
ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର । ତଦନ୍ତ ପାଇଁ ୧୦ ଅଫିସରଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ୧୦ ଅଫିସରଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ତଦନ୍ତରେ ସାଇଣ୍ଟିଫିକ, ସାଇବର ଟିମ୍ ଓ ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି । ଦୁଷ୍କର୍ମ, ହତ୍ୟା ଓ ପୁଲିର ଅବହେଳାକୁ ନେଇ ତଦନ୍ତ କରାଯିବ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି ।
Comments ସମସ୍ତ ମତାମତ