ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମିବା ନାଁ ଧରୁନାହିଁ । ନର୍ଥ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ମଧ୍ୟମଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା । ଘଟଣାରେ ଡ୍ରାଇଭର ସମେତ ଆଉ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଟିଏମ୍ସି କାର୍ୟ୍ୟକର୍ତ୍ତାଙ୍କୁ ଦାୟୀ କରାଯାଇଛି । ପିଏ ହତ୍ୟାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି, '' ଏହା ପ୍ରି-ପ୍ଲାନ ମର୍ଡର । ୧୫ ବର୍ଷର ମହାଜଙ୍ଗଲ ରାଜର ପରିଣାମ । ୨/୩ ଦିନ ରେକି କରିଥିଲେ, ସୁଯୋଗ ଦେଖି ହତ୍ୟା କରିଛନ୍ତି । ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି । ''
ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କ ପିଏଙ୍କ ହତ୍ୟା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, "ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟା, ଏବଂ ଡିଜିପି ମଧ୍ୟ ସମାନ କଥା କହିଛନ୍ତି । ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା, ଦୁଇରୁ ତିନି ଦିନ ରେକି କରାଯାଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିଛି । ଆମେ ଏ ଘଟଣାରେ ଦୁଃଖିତ ଏବଂ ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦ ନାହିଁ । ଦିଲ୍ଲୀରେ ଆମର ସମଗ୍ର ନେତୃତ୍ୱ ଏ ବିଷୟରେ ପଚାରି ବୁଝିଛନ୍ତି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମୃତକଙ୍କ ପରିବାର ଏବଂ ପୁଲିସ ସହିତ କଥା ହୋଇଛନ୍ତି । ବିଭିନ୍ନ ନେତା ଏବଂ ନିର୍ବାଚିତ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଏଠାକୁ ଆସିଛନ୍ତି । ପୁଲିସ କିଛି ପ୍ରମାଣ ପାଇଛି ଏବଂ ତଦନ୍ତ କରିବ । ଏହା ୧୫ ବର୍ଷର ଜଙ୍ଗଲ ରାଜର ପରିଣାମ । ବିଜେପି ଏଠାରେ ଗୁଣ୍ଡାମାନଙ୍କୁ ନିପାତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବ। "
Comments ସମସ୍ତ ମତାମତ