Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କିନ୍ନର ହତ୍ୟା ମାମଲା; ରାମଚଣ୍ଡୀରୁ ତୃତୀୟ ଅଭିଯୁକ୍ତ ଗିରଫ

    Share on :
    ajab-Image
    Date: Feb 23, 2026    Views: 2192

    ରାମଚଣ୍ଡୀ: କୌଶଲ୍ୟାଗଙ୍ଗ କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ପୁଲିସ୍ ୨୨ ଦିନ ପରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ଛବିନା କାଣ୍ଡି(୩୫) । ଘଟଣା ପରଠୁ ସେ ଫେରାର୍ ଥିଲା । ରାମଚଣ୍ଡୀ ଥାନା ତରକୋର ପଞ୍ଚାୟତ ବାଙ୍ଗର ବରପଦା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ କୁଡ଼ିଆ ଘରେ ସେ ଲୁଚି ରହିଥିବା ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ରବିବାର ଭୋରୁ ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରା ନନ୍ଦ ପରିଡ଼ା ସଦଳବଳେ ଚଢ଼ଉ କରି ଛବିନାକୁ ଗିରଫ କରି ରାମଚଣ୍ଡୀ ଥାନାକୁ ଆଣି ପଚାରଉଚରା କରିଥିଲେ । ପରେ ଏହି ମାମଲାର ତଦନ୍ତ କରୁଥିବା ପିପିଲି ଥାନାର ସ୍ୱତନ୍ତ୍ର ଟିମ୍‌କୁ ରାମଚଣ୍ଡୀ ପୁଲିସ୍ ଛବିନାକୁ ହସ୍ତାନ୍ତର କରିଥିଲା ।

    ସୂଚନାଯୋଗ୍ୟ, ହତ୍ୟାକାଣ୍ଡର ୧୧ ଦିନ ପରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି(୨୫)କୁ ପୁଲିସ୍ ପିପିଲି-ଭୁବନେଶ୍ୱର ବାଇପାସ୍ ନାୟରା ପେଟ୍ରୋଲ ପମ୍ପ ନିକଟରେ ଏନ୍‌କାଉଣ୍ଟର କରି ଗିରଫ କରିଥିଲା । ଏହାର ୨୪ ଘଣ୍ଟା ନ ପୂରୁଣୁ ଅନ୍ୟତମ ଅଭିଯୁକ୍ତ ସନିଲ କାଣ୍ଡି ଓରଫ ଗେଜା(୨୨)କୁ ପୁଲିସ୍ କୋଣାର୍କ ଥାନା ଅଧୀନ କୁରୁଜଙ୍ଗ ପଞ୍ଚାୟତ ବିଅଁଳ ଗ୍ରାମ ମଠସାହିରୁ ଉଠାଇ ନେଇଥିଲା । ଗତ ୧ ତାରିଖରେ ଅଭିଯୁକ୍ତମାନେ ଛିନତାଇ ଉଦ୍ଦେଶ୍ୟରେ ପ୍ରଥମେ କିନ୍ନର ଅଞ୍ଜଳିଙ୍କ ଭ୍ୟାନିଟି ଗ୍ୟାଗ୍ ଛଡ଼ାଇଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ୩ ଜଣ ଯାକ ମିଶି କିନ୍ନରଙ୍କୁ ଛୁରି ଭୁସି ବୀଭତ୍ସ୍ୟ ଭାବେ ହତ୍ୟା କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook