ମୁଖ୍ୟ ଖବର
ବାସୁଦେବପୁର: ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ ଜଣେ ଯୁବକ କାଟି ଦେବା ଫଳରେ ରାଜେନ୍ଦ୍ର ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣକାରୀ ଯୁବକ ଜଣକ ରାଜେନ୍ଦ୍ରଙ୍କର ନାବାଳିକା କନ୍ୟାଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ନାବାଳିକାଙ୍କ ବାପା ଏହାକୁ ବିରୋଧ କରିବାରୁ ବୁଧବାର ପୂର୍ବାହ୍ନରେ ଏକ ଧାରୁଆ ଛୁରିରେ ଯୁବକ ଜଣକ ରାଜେନ୍ଦ୍ରଙ୍କ ବେକକୁ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ରାଜେନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ତାଙ୍କର ଝିଅକୁ ଏହି ଯୁବକ ଜଣକ ଏକ ତରଫା ପ୍ରେମ କରୁଥିବାରୁ ସେ ଏହାକୁ ବିରୋଧ କରି ଯୁବକ ଜଣଙ୍କୁ ଏବାବଦରେ ପଚାରିବାରୁ ଛୁରିରେ ସେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ବୋଲି ଆହତ ରାଜେନ୍ଦ୍ର କହିଛନ୍ତି। ବାସୁଦେବପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments ସମସ୍ତ ମତାମତ