Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରୋଇ କଳହ: ଭାଇକୁ ହାଣିଲା ଭାଇ

    Share on :
    ajab-Image
    Date: Sep 18, 2023    Views: 3957

    ଜଳେଶ୍ଵର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ  ଘରୋଇ କଳହକୁ କେନ୍ଦ୍ର କରି କଟୁରୀରେ ଭାଇକୁ ହାଣିଲା ଭାଇ। ଗ୍ରାମର ସୁଶାନ୍ତ ଗିରି ରବିବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ତାଙ୍କ ମାଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କ ମାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ତକୁ ଏକ କଟୁରୀରେ ହାଣି ଦେଇଥିଲେ। ମାଙ୍କୁ ଉଦ୍ଧାର କରିବାକୁ ଯାଇ ସୁଶାନ୍ତଙ୍କ ଭାଉଜ କବିତା ଗିରି ମଧ୍ୟ ଆକ୍ରମଣରେ ଗୁରୁତର  ଆହତ ହୋଇଛନ୍ତି। ମା ସାବିତ୍ରୀ ଗିରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବା ବେଳେ ବଡ ଭାଇ ଗୋପାଳ ଗିରି ପହଞ୍ଚିଥିଲେ। ସେ ସୁଶାନ୍ତଙ୍କୁ କଣ ପାଇଁ ଆକ୍ରମଣ କଲୁ ପଚାରିବାରୁ ସେ ଗୋପାଳଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।
    ଗୋପାଳ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀରେ ସୁଶାନ୍ତଙ୍କ ମୁଣ୍ତକୁ ହାଣି ଦେଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲଙ୍ଗଳେଶ୍ବର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ  ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋପାଳ ଗିରିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook