ମୁଖ୍ୟ ଖବର
ସୁବର୍ଣ୍ଣପୁର: ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଅଞ୍ଚଳରେ ଦୁବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଜଣକ ହେଲେ ସ୍ଥନୀୟ ଗଜବନ୍ଧ ବ୍ରାହ୍ମଣପାଲି ଗାଁର ସୁଦାମ ନାଗ । ସୁଦାମ ଏକ ଓଲଡିଂ ଦୋକାନ କରି ଗୁଜୁରାଣ ମେଂଟାଉଥିଲେ । ଆଜି ରାତି ପ୍ରାୟ ୮ଟା ବେଳେ ସୁଦାମ ସାଲେପାଲି-ପାକେଲ ରାସ୍ତାଦେଇ ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୫ ରାଉଣ୍ଡ ଗୁଳି ସୁଦାମଙ୍କ ଦେହରେ ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ଘଟିଥିଲା । ଖବରପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଓ ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ଗୁଳିମାଡ଼ କଲା, ତାହା ଏପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରିନାହିଁ ।
Comments ସମସ୍ତ ମତାମତ