ମୁଖ୍ୟ ଖବର
ପୁରୀ: ପୁରୀରେ ପୁଣି ହତ୍ୟା। ଜଗନ୍ନାଥ ବଲ୍ଲଭ ପରିସରରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ବଲ୍ଲଭ ଭିତରେ ଥିବା ଜଗନ୍ନାଥ ବଲ୍ଲଭ ଫାଣ୍ଡି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର କାରଣ ଓ ମୃତକଙ୍କ ପରିଚୟ ଅସ୍ପଷ୍ଟ। ଟାଉନଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
ସେ କିଛି ଦିନ ହେବ ସ୍ଥାନୀୟ ଅଂଚଳରେ ବିଚରଣ କରୁଥିବା ପୋଲିସ କହିଛି। ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି। ସେହି ଅଞ୍ଚଳରେ ଆଉ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୁଲୁଥିବା ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି। ଏହାପରେ ଜଣେ ଆଉ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
Comments ସମସ୍ତ ମତାମତ