Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ପୁଅର ମଧ୍ୟ ମୃତ୍ୟୁ

    Share on :
    ajab-Image
    Date: Aug 16, 2026    Views: 3110

    ନୂଆଦିଲ୍ଲୀ; ପଶ୍ଚିମବଙ୍ଗ ନାଦିଆରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘରୁକୁ ଫେରୁଥିବା ବେଳେ ନାଦିଆ କଂଗ୍ରେସ ନେତା ଅନିସୁର ରହମାନଙ୍କ କାରକୁ ଅଟକାଇ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏଥିରେ ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଦିଆ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ ଅନିସୁର ରହମାନ । ତାଙ୍କ ପୁଅ ଅବୁ ସୁଫିଆନ ଆକ୍ରମଣରେ ଆଖି ବୁଜିଛନ୍ତି । କିଛି ଲୋକ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ତାଙ୍କ କାର୍ ଉପରେ ଆକ୍ରମଣ କରିଥିଲେ ।

    ଅନିସୁର ରହମାନ ନାକାଶିପାର ଅଞ୍ଚଳର ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ । ସେ ଦୀର୍ଘଦିନ ଧରି ଦଳ ପାଇଁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ । ଅନିସୁରଙ୍କ ହତ୍ୟା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନାକାଶିପାର ପୁଲିସ ଷ୍ଟେସନର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଏ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଛି । ହତ୍ୟା ପଛର ଉଦ୍ଦେଶ୍ୟର ପର୍ଦ୍ଦାଫାସ୍ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପଛରେ କିଏ ଥିଲା, ହତ୍ୟା ପଛରେ କଣ ଉଦ୍ଦେଶ୍ୟ ଥିଲା ଏବଂ ଆଉ କିଏ ଏଥିରେ ସମ୍ପୃକ୍ତ ଥାଇପାରେ ସେ ଦିଗରେ ତଦନ୍ତ ଚାଲିଛି। ବର୍ତ୍ତମାନ ନାକାସିପଡ଼ାର ଏକ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ମୃତଦେହ ରଖାଯାଇଛି ।
    ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି, "ବାପା ଏବଂ ପୁଅ ଘରକୁ ଫେରୁଥିଲେ । ଏହି ଘଟଣାଟି ରେଳ ଫାଟକ ସମ୍ମୁଖରେ ଘଟିଥିଲା । ସେମାନଙ୍କ ଘରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିଲା । ସେ କଂଗ୍ରେସ ପାର୍ଟି ପାଇଁ କାମ କରୁଥିଲେ । ସେ ସମସ୍ତଙ୍କ ସହିତ ରହୁଥିଲେ, ସମସ୍ତଙ୍କ ସହିତ ଛିଡ଼ା ହେଉଥିଲେ । ତାଙ୍କ ଶତ୍ରୁମାନେ ତାଙ୍କୁ ଈର୍ଷାରୁ ହତ୍ୟା କରିଛନ୍ତି । ତାଙ୍କ ପୁଅକୁ କାହିଁକି ହତ୍ୟା କରାଗଲା । "

    Maximum 500 characters

    ଦେଶ ବିଦେଶ View all

    Find Us on Facebook