Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବକଙ୍କୁ ନିର୍ମମ ହତ୍ୟା

    Share on :
    ajab-Image
    Date: Aug 12, 2026    Views: 2859

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍ ଥାନା ଫିସେରୀ ରୋଡରେ ସକାଳୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ।


    ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ତେବେ ଗୋପାଳଙ୍କ ମୃତ୍ୟୁ ପଛରେ କାହାର ହାତ ରହିଛି ? କେଉଁ କାରଣରୁ ଘଟିଲା ଏଭଳି ଘଟଣା ? ଏନେଇ ଛାନଭିନ୍ ଆରମ୍ଭ କରିଛି ସମ୍ବଲପୁର ଟାଉନ୍ ଥାନା ପୋଲିସ । ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। କିଏ ଓ କାହିଁକି ଗୋପାଳଙ୍କୁ ହତ୍ୟା କଲା, ପୋଲିସ ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook