ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ଗାୟତ୍ରୀ ବସ୍ତି ନିକଟରେ ଘଟିଛି ହତ୍ୟାକାଣ୍ଡ।
ଖବର ପାଇବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର ଶିକାର ଯୁବକ ଶିଶୁପାଳ ଅଞ୍ଚଳର ଜିତୁ କାଣ୍ଡି ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଲା, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Comments ସମସ୍ତ ମତାମତ