ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ମଙ୍ଗଳବାର ପୃଥକ ପୃଥକ ଘଟଣାରେ ଦୁଇ ଜଣ ବିଜେପି ଓ ଜଣେ ଟିଏମ୍ସି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଟିଏମସି ସମର୍ଥକଙ୍କ ଦ୍ୱାରା ମାଡ଼ ଖାଇବା ଅଭିଯୋଗରେ ନ୍ୟୁ ଟାଉନ୍ ଅଞ୍ଚଳରେ ବିଜେପି କର୍ମୀ ମଧୁ ମଣ୍ଡଳଙ୍କ ମୃତ୍ୟୁ ଘଟିଛି। ସେହିପରି ନାରାୟଣପୁରରେ ଆଉ ଜଣେ ବିଜେପି କର୍ମୀ ଯାଦବ ବାରଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ‘ଜୟ ଶ୍ରୀ ରାମ’ ଘୋଷିବା ଏବଂ ଗୁଲାଲ (ରଙ୍ଗୀନ ପାଉଡର) ସହିତ ଖେଳିବା ପାଇଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ବୀରଭୂମି ଜିଲ୍ଲାର ନାନୁରରେ ବିଜେପି କର୍ମୀମାନେ ଟିଏମସି କର୍ମୀ ଅବିର ଶେଖଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Comments ସମସ୍ତ ମତାମତ