Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଅର ନୃଶଂସ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

    Share on :
    ajab-Image
    Date: Apr 28, 2026    Views: 2254

    ଟେନ୍‌ସା: ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ, ଅଳ୍ପକେ ବଞ୍ଚିଲେ ମାଆ। ଏଭଳି ଏକ ନୃଶଂସ କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା ବ୍ଳକ କଦମଡ଼ିହି ଗ୍ରାମରେ। ଏହି ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଛି । ସୋମବାର ରାତିରେ ଖାଇବାକୁ ନେଇ ଏହି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ କୋଇଡା ପୋଲିସ ଜାଣିବାକୁ ପାଇଛି ।
    ପାଟମୁଣ୍ଡା ଗ୍ରାମ ପଞ୍ଚାୟତର କଦମଡ଼ିହି ଗ୍ରାମରେ ପାଣ୍ଡୁ ମୁଣ୍ଡା , ସ୍ତ୍ରୀ ରାଇବାରି ମୁଣ୍ଡା ,ପୁଅ ସନା ମୁଣ୍ଡାଙ୍କୁ ନେଇ ପରିବାର । ମାଆ ରଇବାରି ମୁଣ୍ଡା ତାଙ୍କୁ ଖାଇବାକୁ ଦେଉଥିବାବେଳେ କୌଣସି କାରଣରୁ ସନା ହଠାତ୍‌ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଏବଂ ନିଜ ମାଆକୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ମାଆଙ୍କ ଚିତ୍କାର ଶୁଣି ବାପା ପାଣ୍ଡୁ ମୁଣ୍ଡା ସ୍ତ୍ରୀକୁ ରକ୍ଷା କରିବା ପାଇଁ ତୁରନ୍ତ ଦୌଡ଼ି ଆସିଥିଲେ। କିନ୍ତୁ ପୁଅର ନୃଶଂସ ରୂପ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବାପା ଯେତେବେଳେ ମାଆକୁ ବଞ୍ଚାଇବାକୁ ପ୍ରୟାସ କରୁଥିଲେ, ସେହି ସମୟରେ ପୁଅ ସନା ଏକ ଠେଙ୍ଗାରେ ବାପା ପାଣ୍ଡୁ ମୁଣ୍ଡାଙ୍କୁ ଅତି ନିର୍ମମ ଭାବେ ପିଟି ଥିଲେ। ଫଳରେ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏହି ସଂଘର୍ଷରେ ମାଆଙ୍କ ହାତ ଭାଙ୍ଗିଯାଇଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ କୋଇଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଘଟଣା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ତାକୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି। ସେପଟେ ରାଉରକେଲାରୁ ଏକ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମର ଯାଞ୍ଚ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook