ମୁଖ୍ୟ ଖବର
ଗଞ୍ଜାମ: ବଡ଼ ଭାଇର ବରଯାତ୍ରୀରେ ସାନ ଭାଇକୁ ହତ୍ୟା। ଗଞ୍ଜାମ ପୋଲସରା ଥାନା ବାଲିଘାଇ ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବଡ଼ ଭାଇର ବାହାଘର ପ୍ରୋସେସନ ବେଳେ ସାନଭାଇକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ବ୍ରହ୍ମପୁର ଏମକେସିଜି ମେଡିକାଲରେ ସାନଭାଇ ଆକାଶ ଜେନାଙ୍କ ମୃତ୍ୟୁ ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରେ ଧାରଣାରେ ବସିଥିଲେ ଲୋକେ। ପୋଲସରା ଫରେଷ୍ଟ କଲୋନୀ ଛକରେ ମରଶରୀର ରଖି ଟାୟାର ଜାଳି ପ୍ରତିବାଦ କରିଥିଲେ ମୃତକଙ୍କ ପରିବାର। ଫଳରେ କବିସୂର୍ୟ୍ୟନଗରରୁ ପୋଲସରା ସହରକୁ ଯାତାୟତ ବନ୍ଦ ରହିଥିଲା। ଶତାଧିକ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।ପୋଲିସର ବୁଝାସୁଝା ପରେ ଅବରୋଧ ହଟିଥିଲା।
Comments ସମସ୍ତ ମତାମତ