Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନବବଧୂଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଅଭିଯୋଗ

    Share on :
    ajab-Image
    Date: Apr 26, 2026    Views: 2394

    ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଘର ନିକଟ  ଚାଷ ଜମିରେ ମୃତ ଶରୀର ପଡ଼ି ରହଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣଙ୍କ ହେଲେ ତଅପୋଇ ମଣ୍ଡଳ (୨୮) ତାଙ୍କ ସ୍ବାମୀ ବିଶ୍ୱଜିତ ମଣ୍ଡଳ। ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ହେଉଛି। ପୂର୍ବରୁ ବିବାଦ ଥିବା ପ୍ରାଥମିକ ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
    ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ରତି ରଞ୍ଜନ ନାୟକ କହିଛନ୍ତି ଖବରପାଇ ଘଟଣାସ୍ଥଳରେ ପୋଲିସ ଟିମ ମୁତୟନ କରାଯାଇଛି। ଅଧିକ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook