Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଥର ଛେଚି ପତ୍ନୀକୁ ହତ୍ୟା

    Share on :
    ajab-Image
    Date: Apr 18, 2026    Views: 3691

    ସୁନ୍ଦରଗଡ଼: ଘରୋଇ କଳିରୁ ନିଜ ପତ୍ନୀର ମୁଣ୍ଡରେ ପଛରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ମଦ୍ୟପ ସ୍ବାମୀ। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଡମକୁଡ଼ା ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ସଂଧ୍ୟାରେ ଗ୍ରାମର ରାଜେଶ ହେମ୍ବ୍ରମ୍‌ ତାଙ୍କ ସ୍ତ୍ରୀ ଆରତି ହେମ୍ବ୍ରମ୍‌ଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲା। ସ୍ତ୍ରୀ ପ୍ରତିବାଦ କରିବାରୁ ମଦ ନିଶାରେ ଥିବା ରାଜେଶ ପତ୍ନୀଙ୍କ ମୁଣ୍ଡରେ ପଥର ଛୋଚି ଦେବା ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା।
    ଖବର ପାଇ ଏସ୍‌ଡିପିଓ ନିର୍ମଳ ମହାପାତ୍ର, ତଳସରା ଥାନାଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook