Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

    Share on :
    ajab-Image
    Date: Apr 18, 2026    Views: 3136

    ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା କାରବାରକୁ ନେଇ ରହିଥିବା ବିବାଦ କାରଣରୁ ପଡ଼ୋଶୀ ଜଣକ ଏଭଳି କାଣ୍ଡ ଘଟାଇଛି। ମୃତକ ଦ୍ୱୟ ହେଲେ ୬୨ ବର୍ଷୀୟ ରାକେଶ ସୁଦ ଓ ତାଙ୍କ ୨୭ ବର୍ଷୀୟ ପୁଅ କରନ ସୁଦ। ଆକ୍ରମଣରେ କରନଙ୍କ ଭାଇ ରାହୁଲ ସୁଦ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି। ପୂରା ଘଟଣା ତାରା ଆପାର୍ମେଣ୍ଟର ଗୋଟିଏ ଫ୍ଲାଟରେ ଘଟିଛି। ଅଭିଯୁକ୍ତ ଅସଦ ଶୁକ୍ରବାର ରାତିରେ ଘରକୁ ଫେରିଥିଲା। ଏହାପରେ ଟଙ୍କା ନେଣଦେଣକୁ ନେଇ ରାକେଶ ଓ କରନଙ୍କ ସହ ପାଟିତୁଣ୍ଡ କରିଥିଲେ।

    ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା। ଏହି ସମୟରେ ଅସଦ ନିଜ ପାଖରେ ରଖିଥିବା ଛୁରୀକୁ ବାହାର କରିବା ସହ କରନଙ୍କୁ ପ୍ରଥମେ ଆକ୍ରମଣ କରିଥିଲା। ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ରାକେଶ ଆକ୍ରମଣର ଶୀକାର ହୋଇଥିଲେ। ଅସଦ ଏକାଧିକ ଥର ଉଭୟଙ୍କୁ ଛୁରୀ  ଭୁଷିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। 

    ଖବର ପାଇ ପୁଲିସ୍‌ ରାତି ପ୍ରାୟ ୯.୩୦ରେ ପହଞ୍ଚିଥିଲା। ରାକେଶ ଓ କରନ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସେମାନଙ୍କୁ ତୁରନ୍ତ ମାକ୍ସ ହସ୍ପିଟାଲକୁ ନେଇ ଯାଇଥିଲା। ହେଲେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ପୁଲିସ୍‌ ତୁରନ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଫେରାର ଅସଦର ଗତିବିଧିକୁ ଟ୍ରାକ କରିଥିଲା। ବିଳମ୍ବିତ ରାତିରେ ପୁଲିସ୍‌ ତା’କୁ ଧରିବାକୁ ମଧ୍ୟ ସକ୍ଷମ ହୋଇଛି। 

    ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣକ ବେଶ ଯୋଜନାବଦ୍ଧ ଭାବେ ରାକେଶଙ୍କ ଘରକୁ ଯାଇଥିଲା। ଆକ୍ରମଣ ବେଳେ ସେ କରନ, ରାହୁଲ ଓ ରାକେଶଙ୍କ ବେକ ଓ ଶରୀରର ଅନ୍ୟ ସ୍ଥାନରେ ବାରମ୍ବାର ଛୁରୀ ଭୁଷିଥିଲା। 

    ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଓ ପୀଡ଼ିତଙ୍କ ମଧ୍ୟରେ ଆର୍ଥିକ କାରବାରକୁ ନେଇ ବିବାଦ ଲାଗି ରହିଥିଲା। କରନ ଓ ଅସଦ ମଧ୍ୟରେ ଶୁକ୍ରବାର ଦିନ ବେଳା ପାଟିତୁଣ୍ଡ ହୋଇଥିଲା। ଏହାପରେ ରାତି ସମୟରେ ଅସଦ ଏତେ ବଡ଼ କାଣ୍ଡ ଘଟାଇଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook