Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ତ୍ରୀକୁ ମାରିଲା ସ୍ୱାମୀ

    Share on :
    ajab-Image
    Date: Mar 28, 2026    Views: 2458

    ଦେଓଗାଁ: ବିବାହକୁ ବର୍ଷେ ବିତିନି ଶାଶୂଘରେ ନବ ବଧୂର ଜୀବନ ଚାଲିଯାଇଛି। ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା ଆଜି ସେ ପରିବାର ଲୋକଙ୍କ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଭଳି ଏକ ଘଟଣା ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଆସିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀର ପରକୀୟା ପ୍ରୀତି ରହିଥିବା ଆଲୋଚନା ହେଉଛି। ଏନେଇ ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।
    ମିଳିଥିବା ସୂଚନା ମତେ, ବଲାଙ୍ଗୀର ବାଗଭାଡି ଗାଁର ଅନୁପମା ମହାନନ୍ଦଙ୍କୁ ତୁଷୁରା ଥାନା ମହିପୁର ଗାଁର ମାଇଦାନ୍ତୁ ମହାନନ୍ଦ ୧୦ମାସ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ଗତ ରାତିରେ ତାଙ୍କ ସ୍ତ୍ରୀକୁ ନିଜେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ସ୍ତ୍ରୀକୁ  ଗୁରତର ଦର୍ଶାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇଥିଲେ ବୋଲି ସମ୍ପର୍କୀୟ ଭାଇ ସୁମନ୍ତ ନାଗ ସୂଚନା ଦେଇଛନ୍ତି।
    ମୃତଦେହ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ତୁଷୁରା ପୁଲିସ ୩ଜଣଙ୍କୁ ଅଟକ ରଖିଛି। ଏପଟେ ଖବର ପାଇ ସାଇଣ୍ଟିଫିକ୍ ଟିମ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ପୁଲିସକୁ ଯୋଗାଯୋଗ କରିବାରୁ ତଦନ୍ତ ଚାଲିଛି ପରେ ସବୁ ସୂଚନା ଦିଆଯିବ ବୋଲି ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook