Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫୁଙ୍କ ନଳିରେ ମା’ ବାପାଙ୍କୁ ପିଟି ହତ୍ୟା କଲା ପୁଅ

    Share on :
    ajab-Image
    Date: Mar 25, 2026    Views: 2316

    ସୁନ୍ଦରଗଡ଼: ଫୁଙ୍କ ନଳିରେ ନିଜ ମା’ ବାପାଙ୍କୁ ପିଟି ହତ୍ୟା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲେଫ୍ରିପଡା ଥାନା ଅଂଚଳରେ । ମୃତକ ହେଲେ ମାନୁଏଲ ଟପ୍ପୋ (୭୦) ଓ ସ୍ତ୍ରୀ ବରେନିକା ଟପ୍ପୋ (୬୫) । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

    ସୂଚନା ଅନୁସାରେ, ଲେଫ୍ରିପଡ଼ା ଥାନା ଦଲକିଝରନ ଗ୍ରାମର ମାନୁଏଲଙ୍କ ତିନି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ସମସ୍ତେ ବିବାହ କରି ସ୍ୱତନ୍ତ୍ର ଭାବେ ରହୁଥିବାବେଳେ ମାନୁଏଲ ତାଙ୍କ ସ୍ତ୍ରୀ ବରେନିକାଙ୍କ ସହିତ ସୁଆରିଜୋରା ଗ୍ରାମରେ ରହୁଥିବା ନିଜ ବଡ ପୁଅ ଘରେ ରହି ଆସୁଥିଲେ । ସୋମବାର ଅପରାହ୍ନରେ ଦଲକିଝରନ ଗ୍ରାମରେ ରହୁଥିବା ମାନୁଏଲଙ୍କ ସାନ ପୁଅ ପାତ୍ରାସ ଟପ୍ପୋ (୪୨) ବଡ ଭାଇ ଘରେ ପଂହଚିଥିଲେ । କିଛି ସମୟ କଥାବାର୍ତ୍ତା କରିବା ପରେ ସେ ତାଙ୍କ ମା’ ବାପାଙ୍କୁ ଜମି ଭାଗ ବଂଟା କରିବାକୁ କହିଥିଲେ । ଉକ୍ତ କଥାକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।

    ପରେ ସେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଘରେ ଥିବା ନିଆଁ ଫୁଙ୍କ ଲୁହା ନଳୀରେ ମା’ ବାପାଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ । ଏଥିରେ ସେମାନେ ଗୁରୁତର ହୋଇଥିଲେ । ଏହାପରେ ପାତ୍ରାସ ନିଜ ବଡ ଭାଇ ସହିତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମା’ ବାପାଙ୍କ ମୃତ୍ୟୁ ପରେ ପାତ୍ରାସ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି। ଖବରପାଇ ପୁଲିସ ଡାକ୍ତରଖାନାରୁ ମୃତଦେହ ଜବତ କରି ମଙ୍ଗଳବାର ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଆଜି ସନ୍ଧ୍ୟାରେ ପୁଲିସ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ବିଭିନ୍ନ ହତ୍ୟାକାଣ୍ଡ ସମ୍ପର୍କୀତ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଭାରପ୍ରାପ୍ତ ଏସଡିପିଓ ରାଜେନ୍ଦ୍ର ସିଆଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ତନାଘନା ଚଳାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook