Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

    Share on :
    ajab-Image
    Date: Mar 1, 2026    Views: 2523

    ଝାରସୁଗୁଡ଼ା: ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ ନାଗ(୨୪) ଶନିବାର ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ୟା କରିଛନ୍ତି।
    ସୂଚନାନୁସାରେ, ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ବିବେକନାଥ ଏବଂ କ୍ଷୀରୋଦନାଥ(୨୪) ତାଙ୍କ ବାପା ପ୍ରେମନାଥ ନାଗଙ୍କ ସହିତ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ବିବେକ ଓ କ୍ଷୀରୋଦଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। କ୍ଷୀରୋଦ ଉତ୍‌କ୍ଷିପ୍ତ ହୋଇ ବଡ଼ଭାଇ ବିବେକଙ୍କୁ ପଥର ରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ଏହା ପରେ ସାନ ଭାଇ କ୍ଷୀରୋଦ ଫେରାର ହୋଇଯାଇଛନ୍ତି ବର୍ତ୍ତମାନ ଝାରସୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook