Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଦ୍ଦାଫିଙ୍କ ପୁଅ ସୈଫଙ୍କୁ ଗୁଳି କରି ହତ୍ୟା

    Share on :
    ajab-Image
    Date: Feb 4, 2026    Views: 3058

    ନୂଆଦିଲ୍ଲୀ; ଲିବିୟା ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ଏବଂ ଏକଦା ତାଙ୍କ ସ୍ୱର୍ଗତ ପିତାଙ୍କ ଉତ୍ତରାଧିକାରୀ ଭାବରେ ଜଣାଶୁଣା ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା କରାଯାଇଛି । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ ସୈଫ ଅଲ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୨୦୧୧ ବିଦ୍ରୋହ ପରେ ସୈଫଙ୍କୁ ଗିରଫ କରାଯାଇ ଅଟକ ରଖାଯାଇଥିଲା ଏବଂ ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
     ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଲିବିୟାର ଜିନ୍ତାନ ସହରସ୍ଥିତ ତାଙ୍କ ବାସଭବନରରେ  ୪ ଜଣ କମାଣ୍ଡୋ ୟୁନିଟ୍ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜିନ୍ତାନ ରାଜଧାନୀ ତ୍ରିପୋଲିରୁ ପ୍ରାୟ ୧୩୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ସୈଫ୍ ଅଲ୍-ଇସଲାମ ଗଦ୍ଦାଫି ପୂର୍ବତନ ଲିବିଆନ୍ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ  । ୫୩ ବର୍ଷୀୟ ସୈଫ୍ ଅଲ୍-ଇସଲାମ ଗଦ୍ଦାଫିଙ୍କୁ ତାଙ୍କ ପିତା ମୁଅମ୍ମର ଗଦ୍ଦାଫିଙ୍କ ହତ୍ୟା ପରଠାରୁ ତାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା । ୧୯୬୯ ରୁ ୨୦୧୧ ପର୍ଯ୍ୟନ୍ତ ଲିବିଆରେ ଶାସନ କରୁଥିବା କର୍ଣ୍ଣେଲ ଗଦ୍ଦାଫିଙ୍କ ୭ ପୁଅଙ୍କ ମଧ୍ୟରୁ ସୈଫ୍ ସବୁଠାରୁ ପ୍ରଭାବଶାଳୀ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଭାବରେ ଦେଖାଯାଉଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook