ମୁଖ୍ୟ ଖବର
ନୂଆଦିଲ୍ଲୀ: ପରକୀୟା ପ୍ରୀତିରେ ଉବୁଟୁବୁ ସ୍ତ୍ରୀ ଘଟଇଲା ହତ୍ୟାକାଣ୍ଡ । ନିଜ ସିନ୍ଦୂର ନିଜ ହାତରେ ପୋଛିଲା । ସ୍ୱାମୀକୁ ସବୁଦିନ ପାଇଁ ଶୁଆଇ ଦେଲା । ପର ପୁରୁଷ ସହ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲେ ସ୍ୱାମୀ । ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କଲା ସ୍ତ୍ରୀ । ଧୀରେ ଧୀରେ ମୃତ୍ୟୁଜାଲ ବିଝାଇଲା ପତ୍ନୀ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଦୁଗ୍ଗିରାଲା ମଣ୍ଡଳ ଚିଲୁଭୁରୁ ଗାଁରେ ଏକ ଭୟଙ୍କର ହତ୍ୟା ମାମଲା ସାମ୍ନାକୁ ଆସିଛି । ସ୍ୱାମୀକୁ ବିରିୟାନିରେ ନିଦ ବଟିକା ଦେଇ ହତ୍ୟା କରିଛି ପତ୍ନୀ । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମୃତକ ହେଲେ ଜଣେ ପିଆଜ ବ୍ୟବସାୟୀ ଲୋକମ ଶିବନାଗରାଜୁ । ତାଙ୍କ ପତ୍ନୀ ଲକ୍ଷ୍ମୀ ମାଧୁରୀ ଏବଂ ପ୍ରେମିକ ଗୋପୀ ନିର୍ମମ ଭାବରେ ହତ୍ୟା କରିଛନ୍ତି । ହତ୍ୟା ଷଡ଼ଯନ୍ତ୍ର ଥ୍ରଲର୍ ଫିଲ୍ମ ପରି । ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମାଧୁରୀ ତାଙ୍କ ସ୍ୱାମୀଙ୍କ ପାଇଁ ବିରିୟାନି ପ୍ରସ୍ତୁତ କରିଥିଲେ ଏବଂ ଏଥିରେ ପ୍ରାୟ ୨୦ଟି ନିଦ ବଟିକାର ପାଉଡର ମିଶାଇ ତାଙ୍କୁ ଖାଇବାକୁ ଦେଇଥିଲେ । ଘଟଣାଟି ଜାନୁଆରୀ ୧୮ ତାରିଖର ବୋଲି କୁହାଯାଉଛି । ଶିବନାଗରାଜୁ ବିରିୟାନି ଖାଇବା ପରେ ଗଭୀର ନିଦରେ ଶୋଇଯାଇଥିଲେ । ଏହା ପରେ ସବୁଦିନ ପାଇଁ ଶୋଇଯାଇଥିଲେ ଶିବନାଗରାଜୁ । ଏହାପରେ ମାଧୁରୀ ଗୋପୀକୁ ଘରକୁ ଡାକିଥିଲା । ଦୁହେଁ ମିଶି ଶୋଇଥିବା ଶିବନାଗରାଜୁଙ୍କ ମୁହଁରେ ତକିଆ ପକାଇ ଚାପିଥିଲେ । ଗୋପୀ ଶିବନାଗରାଜୁଙ୍କ ଛାତି ଉପରେ ବସି ମୁହଁରେ ତକିଆ ପକାଇଥିଲେ । ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହା ପରେ ରାତିସାରା ସ୍ୱାମୀ ଶବ ପାଖରେ ବସି ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖିଥିଲେ ଲକ୍ଷ୍ମୀ ମାଧୁରୀ । ସକାଳେ ଗାଁ ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ହେଲେ ଶିବନାଗରାଜୁଙ୍କ ବାପା ଏବଂ ବନ୍ଧୁମାନଙ୍କର ସନ୍ଦେହ ହୋଇଥିଲା । ଶିବନାଗରାଜୁଙ୍କ ଦେହରେ କ୍ଷତ ଓ ରକ୍ତ ଦେଖି ହତ୍ୟା ସନ୍ଦେହ ସୃଷ୍ଟି କରିଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ଏବଂ ଛାତିରେ ଆଘାତ ବୋଲି ଜଣାପଡିଥିଲା । ଯାହା ସ୍ୱାଭାବିକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲା ।
ଏହା ବି ପଢନ୍ତୁ...ଅହମ୍ମଦାବାଦ ବିମାନ ଦୁର୍ଘଟଣା; ଇଲେକ୍ରିଟିକ୍ ବିଫଳତା ପାଇଁ କାମ କରିନଥିଲା ପ୍ଲେନ୍ , ନେଇଥିଲା ୨୭୦ ଜୀବନ
ମୋବାଇଲ୍ ଫୋନ୍ ଫରେନ୍ସିଂକ ଯାଞ୍ଚର ଶିବନାଗରାଜୁଙ୍କ ପତ୍ନୀ ରାତିସାରା ଅଶ୍ଳୀଳ ଭିଡ଼ିଓ ଦେଖିଥିବାର ପ୍ରମାଣ ମିଳିଥିଲା । ପଚରାଉଚରା ସମୟରେ ମାଧୁରୀ ଅପରାଧ ସ୍ୱୀକାର କରିଥିଲେ । ଗୋପୀ ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିବା ମାନିଥିଲେ । ଉଭୟଙ୍କୁ ପୁଲିସ୍ ଗିରଫ କରାଯାଇଛି । ତଦନ୍ତ ଜାରି ରହିଥିବା କହିଛି ପୁଲିସ୍ । ଆହୁରି ଅନେକ କିଛି ଖୁଲାସା ହେବା ସମ୍ଭାବନା ରହିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକମାନେ ମାଧୁରୀଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି ।
Comments ସମସ୍ତ ମତାମତ