Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ

    Share on :
    ajab-Image
    Date: Jan 21, 2026    Views: 2954

    ବଲାଙ୍ଗୀର: ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା କରାଯାଇଛି। ମଙ୍ଗଳାବାର ରାତିରେ ତୁଳସୀନଗର ଏକ ଗଳି ରାସ୍ତାରୁ ଗୁରୁତର ଅବସ୍ଥାରେ ଟାଉନ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାରିବାରିକ କଳହରୁ ମାମୁଁ ଭଣଜା ମାଡ଼ପିଟ ହୋଇଥିବା ଚର୍ଚ୍ଚା ହେଉଛି । ହତ୍ୟାକୁ ନେଇ ପୋଲିସ କାହାକୁ ଗିରଫ କରିନାହିଁ । ଅନ୍ୟ ପଟେ ପୋଲିସ ଟିମ ପହଞ୍ଚି ତଦନ୍ତ ଚଳାଇଛି । ଯଦୁ ମଣି ବଗର୍ତ୍ତୀଙ୍କ ମୃତ୍ୟୁକୁ ନେଇ ଟାଉନ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି ।

    Maximum 500 characters

    ତାଜା ଖବର View all

    Find Us on Facebook