ମୁଖ୍ୟ ଖବର
ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଜନସଂଖ୍ୟା ଉପରେ ଆକ୍ରମଣ ଜାରି ରହିଥିବା ବେଳେ ରବିବାର ଫେନିର ଦାଗୋନଭୂଇଁଆନରେ ଆଉ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଦୁର୍ବୃତ୍ତମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କୁ ହତ୍ୟା କରିବା ପରେ ତାଙ୍କ ସିଏନଜି ଅଟୋରିକ୍ସା ନେଇ ପଳାଇ ଯାଇଥିଲେ। ଅଭିଯୁକ୍ତମାନଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ। ରବିବାର ରାତିରେ ସମୀର ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ବିଫଳ ହେବା ପରେ ପୁଲିସକୁ ଖବର ଦିଆଯାଇଥିଲା। ରାତି ପ୍ରାୟ ୨ଟା ସମୟରେ କିଛି ସ୍ଥାନୀୟ ଲୋକ ଦକ୍ଷିଣ କରିମପୁରର ମୁହୁରି ବାରି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
Comments ସମସ୍ତ ମତାମତ