Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦାଦାର ଶାବଳ ମାଡରେ ପୁତୁରା ମୃତ

    Share on :
    ajab-Image
    Date: Jan 4, 2026    Views: 3111

    କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ନରିଲୋ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ  ।  ଦାଦାର ଶାବଳ ମାଡରେ ପୁତୁରା ମୃତ ।   ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି  ।  ଜମିବାଡି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି  ।   

    ଜମିବାଡି ବିବାଦକୁ କେନ୍ଦ୍ର କରି ଶନିବାର ସନ୍ଧ୍ୟାରେ ରାଜକିଶୋର ଓଝା ତାଙ୍କ ପୁତୁରା ଉପେନ୍ଦ୍ରଙ୍କ ସହିତ ଝଗଡ଼ା କରିଥିଲେ କ୍ଷ ଧୀରେ ଧୀରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ।  ରାଜକିଶୋର, ତାଙ୍କ ସ୍ତ୍ରୀ ଓ ପୁଅ ସଂଘବଦ୍ଧ ଭାବେ ଉପେନ୍ଦ୍ରଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।    ପୁତୁରା ଉପେନ୍ଦ୍ର, ତାଙ୍କ ମା ସଂଯୁକ୍ତା ଓ ବାପା ସରୋଜକାନ୍ତ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ  ।  ତେବେ ବିଳମ୍ବିତ ରାତିରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଛି  ।  ପୋଲିସ ଅଭିଯୁକ୍ତ ଦାଦା ରାଜକିଶୋରଙ୍କ ପୁଅ ଉମାକାନ୍ତଙ୍କୁ ଅଟକ ରଖିଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook