Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଭତ୍ସ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    Share on :
    ajab-Image
    Date: Dec 25, 2025    Views: 2982

    ବଲାଙ୍ଗୀର: ଘରୋଇ କଲହକୁ ନେଇ ବିଭତ୍ସ ହତ୍ୟା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ତପ ମଲ୍ଲିକ। ଘଟଣାସ୍ଥଳରେ ଦେଓଗାଁ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମହାଦେବ ତାଙ୍କ ସ୍ତ୍ରୀ ତପଙ୍କ ସହ ଘରେ ଶାଶୁ ଶ୍ବଶୁର, ଭାଇ ସମସ୍ତେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମୃତଦେହକୁ ବାହାରକୁ ନେଇ ଯିବା ବେଳେ ଅନ୍ୟମାନେ ମହାଦେବଙ୍କୁ ଅଟକାଇ ଥିଲେ। ଏଥିସହ ତାଙ୍କୁ ମାଡ଼ ମାରି ମୃତଦେହକୁ ତାଙ୍କ ଠାରୁ ଉଦ୍ଧାର କରିଥିଲେ। ଏହାପରେ ଗାଁଲୋକେ ପୁଲିସକୁ ଖବର ଦେଇ ହତ୍ୟାକାରୀ ସ୍ୱାମୀକୁ ପୁଲିସକୁ ଦେଇଥିଲେ। ତେବେ ମହାଦେବ ମାନସିକ ବିକୃତ ଥିବା ନେଇ ପରିବାର ଲୋକ କହିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ହତ୍ୟାର କାରଣ ଖୋଜୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook