Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶାଶୁଙ୍କ ତଣ୍ଟିଚିପି ମାରିଦେଲା ବୋହୂ

    Share on :
    ajab-Image
    Date: May 3, 2025    Views: 3361

    ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କୁଟାସିଂହା ଗାଁରେ ହତ୍ୟାକାଣ୍ଡ । ଶାଶୁର ତଣ୍ଟିଚିପି ମାରିଦେଲା ବୋହୂ । ନିଜ ଭାଇ ସହିତ ମିଶି ପିଟିବା ପରେ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

    ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ଥାନା କୁଟାସିଂହକ୍ଷ ଗ୍ରାମର ଲବଣି ଦେହୁରୀଙ୍କ ବିବାହ ଦୁଇ ବର୍ଷ ପୂର୍ବେ ହୋଇଥିଲା । ବିବାହ ପରେ ଶାଶୁ ଓ ବୋହୂ ମଧ୍ୟ ଭଲ ପଡୁନଥିଲା । ଅଧିକାଂଶ ସମୟ ବୋହୂ ଯାଇ ବାପଘରେ ରହୁଥିଲା । ବାପଘରୁ ୧୦ ଦିନ ହେଲା ଶାଶୁଘରକୁ ଆସିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଶାଶୁ-ବୋହୂ ମଧ୍ୟରେ ଝଗଡ଼ା ଲାଗିଥିଲା କ୍ଷ ସ୍ୱାମୀ ଗୁଜୁରାଟରେ କାମ କରୁଥିବା ବେଳେ ଶ୍ବଶୁର ବାହାରେ କାମ କରୁଥିଲେ କ୍ଷ ଶନିବାର ସକାଳୁ ଘରେ କେହି ନଥିବା ସମୟରେ ବୋହୂ ଶାଶୁଙ୍କ ତଣ୍ଟିଚିପି ହତ୍ୟା କରିଛି କ୍ଷ ବୋହୂ ତା ଭାଇକୁ ଡକାଇ ଶାଶୁରୁ ହତ୍ୟା କରିଥିବା ଶ୍ବଶୁର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

    Maximum 500 characters

    ତାଜା ଖବର View all

    Find Us on Facebook