ମୁଖ୍ୟ ଖବର
ରାୟଗଡ଼ା/ଗୁଣପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡ଼ାରେ ଡବଲ ମର୍ଡର । ଲିକିଟିପଦର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସୁମ ଗମାଙ୍ଗଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁ ଦାଣ୍ଡରେ ପଡିଛି ଉଭୟଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ସରପଞ୍ଚଙ୍କ ପରିବାର ଘରେ ଥିବା ବେଳେ କିଛି ଲୋକ ପଶି ଯୁକ୍ତତର୍କ କରିଥିଲେ । ଏପିରିକି ମାରଣାସ୍ତ୍ର ଧରି ମଧ୍ୟ ଆକ୍ରମଣ କରିଥିଲେ । ଯେଉଁଥିରେ ସରପଞ୍ଚ ଜୀବନ ବିକଳରେ ଦୌଡି ପଳାଇଥିଲେ । ହେଲେ ପୁଅ ଓ ସ୍ୱାମୀ ଘରେ ରହିଯାଇଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ଘର ଦାଣ୍ଡରେ ଉଭୟ ବାପ-ପୁଅଙ୍କ ମୃତଦେହ ପଡିଛି ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପରିକି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
Comments ସମସ୍ତ ମତାମତ