ମୁଖ୍ୟ ଖବର
ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଉକ୍ତ ଗ୍ରାମର ରମାକାନ୍ତ ବେହେରା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି କୁଜଙ୍ଗ ପୋଲିସ ପଚରା ଉଚରା କରୁଛି । ଗ୍ରାମରେ ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ ଆରମ୍ଭ ହୋଇଛି ।
ମୃତକଙ୍କ ପତ୍ନୀ ନିଳିମା ବେହେରା ଦେଇଥିବା ଏତଲା ଅନୁଯାୟୀ ଗତକାଲି ରାତିରେ ୫ ଜଣ ଯୁବକ ମୋ ସ୍ବାମୀଙ୍କୁ ବାରମ୍ବାର ଡାକିଥିଲେ । ମୁଁ ମନା କରିବା ସହିତ ତାଙ୍କୁ ଘରକୁ ଆଣିଥିଲି, ମାତ୍ର ଆମେ ଶୋଇପଡିବା ପରେ ମୋ ସ୍ବାମୀଙ୍କୁ ପୁଣି ସେମାନେ ଡାକି ନେଇ ହତ୍ୟା କରିଛନ୍ତି । ୧୦ ବର୍ଷ ତଳେ ଆମର ପୁତୁରା ତାଙ୍କ ଘରର ଝିଅକୁ ନେଇ ବିବାହ କରିଥିଲା । ଏହାକୁ ନେଇ ବିବାଦ ରହିଥିଲା ଏବଂ ଏହି ବିବାଦ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି ।
ଏହି ଘଟଣାକୁ ନେଇ ଗୁରୁବାର ସେମାନଙ୍କ ସହିତ ରମାକାନ୍ତଙ୍କର ପାଟିତୁଣ୍ଡ ହୋଇଥିଲା । ସେଠାରେ ବିବାଦ ସୃଷ୍ଟି ହେବା ସହ ଉକ୍ତ ୫ ଜଣ ରମାକାନ୍ତଙ୍କୁ ମାଡ ମାରିଥିଲେ ଏବଂ ଏକ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରମାକାନ୍ତ ଚିତ୍କାର କରି ପଡ଼ି ଯାଇଥିଲେ । ଦୁର୍ବୃତ୍ତ ମାନେ ସେ ସ୍ଥାନ ଛାଡି ସେଠାରୁ ପଳାଇଯାଇଥିଲେ । ଗ୍ରାମବାସୀ ରମାକାନ୍ତଙ୍କୁ କୁଜଙ୍ଗ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ ।
Comments ସମସ୍ତ ମତାମତ